କରୋନା ଭାଇରସ୍ ପାଇଁ ହୋଇଥିବା ଲକ୍ ଡାଉନ ଯୋଗୁଁ ଦିନ ମଜୁରିଆ,ଖଟିଖିଆ , ରିକ୍ସା ଚାଳକ ଙ୍କ ଅବସ୍ଥା ସାଂଘାତିକ

0
144

ବ୍ରହ୍ମପୁର,୨୬/୦୩/୨୦୨୦:(ବ୍ୟୁରୋ ରିପୋର୍ଟ) କରୋନା ମାଡ଼ରେ କାମଧନ୍ଦା ହରାଇଲେ ଦିନ ମଜୁରିଆ ଏବଂ ରିକ୍ସା ଚାଳକ।ସେମାନଙ୍କ ଭୋକ ବିକଳରେ ପେଟ ପୋଡ଼ୁଛି। ସରକାର ଙ୍କ ଭରସାରେ ଦିନ ଖଟିଖିଆ, ଦିନ ମଜୁରିଆ ଓ ରିକ୍ସା ଚାଳକ।ଏମାନଙ୍କ ଗୁହାରି କିଏ ଶୁଣିବ।କରୋନା ଭାଇରସ୍ ପାଇଁ ହୋଇଥିବା ଲକ୍ ଡାଉନ ଯୋଗୁଁ ଏମାନଙ୍କ ଅବସ୍ଥା ସାଂଘାତିକ ହୋଉଛି। କରୋନା ଭଳି ଏକ ଅଜଣା ରାକ୍ଷସର ଯୋଗୁଁ ଏବେ ସାରା ପୃଥିବୀବାସୀ ଅନିଶ୍ଚିତତା ଭିତରେ କାଳାତିପାତ କରୁଛନ୍ତି । କେତେବେଳେ କାହା ପାଖରେ ଏ ଭୂତାଣୁ ଯାଇ ପହଞ୍ଚିବ, ତାହା କେହି ବି ଜାଣିପାରିବେନି । ଏଇ ଡର ଏବେ ସମସ୍ତଙ୍କୁ ଘାରିଛି । କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରି ଅନ୍ୟ ରାଜ୍ୟ ଏଭଳିକି କେନ୍ଦ୍ର ସରକାରଙ୍କଠାରୁ ଦୁଇପାଦ ଆଗରେ ରହିଲେ। କେନ୍ଦ୍ର ସରକାର ସମଗ୍ର ଦେଶର ଲୋକଙ୍କୁ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଆଦେଶନାମା ଜାରି କରିଛନ୍ତି।
ରାଜ୍ୟ ସରକାର ସ୍ଥିତି ର ଗମ୍ଭୀରତାକୁ ମାପି ପ୍ରଶାସନିକ କଳ ଓ ବ୍ୟବସ୍ଥାକୁ ପୂରା ଦମ୍‌ରେ ଲଗାଇଛନ୍ତି । କର୍ମଚାରୀଙ୍କଠୁ ଆରମ୍ଭ କରି ଛାତ୍ରଛାତ୍ରୀ ସମସ୍ତଙ୍କ ସୁରକ୍ଷା କଥା ଚିନ୍ତା କରି ପଦକ୍ଷେପ ନେଇଛନ୍ତି । ହେଲେ ତାଲାବନ୍ଦର ପ୍ରଭାବ ଦିନମଜୁରିଆ, ଖଟିକିଆ, ଛୋଟ ବ୍ୟବସାୟୀ, ଅଟୋ ରିକ୍‌ସା ଚାଳକ ଙ୍କ ପେଟ ପାଟଣାକୁ କେତେ ପରିମାଣରେ ପ୍ରଭାବିତ କଲାଣି, ତାକୁ ବୋଧହୁଏ ରାଜ୍ୟ ସରକାର ଆକଳନ କରିପାରୁନାହାନ୍ତି ।

LEAVE A REPLY

Please enter your comment!
Please enter your name here