ବ୍ରହ୍ମପୁର, ୨୮/୦୩/୨୦୨୦(ବ୍ୟୁରୋ ରିପୋର୍ଟ) ସ୍ଥାନୀୟ ମହାନଗର ନିଗମ ଦ୍ୱାରା ସହର ର ବୃଦ୍ଧ ବୃଦ୍ଧା ଓ ଦିବ୍ୟଙ୍ଗ ଭତ୍ତା ବଣ୍ଟନ ଶନିବାର କରାଯାଉଛି । ପୂର୍ବରୁ ଭତ୍ତା ବ୍ରହ୍ମପୁର ମହାନଗର ନିଗମ ଷ୍ଟାଫ ବଣ୍ଟନ କରୁଥିବା ବେଳେ ଗତ ୬ ମାସ ହେଲା ବ୍ୟାଙ୍କ ଜରିଆରେ ସେମାନଙ୍କ ଜମା ଖାତାରେ ଦିଆଯାଉଥିଲା ।ସରକାରଙ୍କ ନିୟମ ଅନୁଯାୟୀ ବ୍ୟାଙ୍କ ପକ୍ଷରୁ ହିତାଧିକରିଙ୍କ ଜମାଖାତା ଖୋଲା ଯିବା ସହ ପ୍ରତି ମାସରେ ଟିପ ଚିହ୍ମ ଓ ଦସ୍ତଖତ ବା ଆଧାର କାର୍ଡ ଦେଖି ଭତ୍ତା ଦିଆଯାଉଛି ।ସହରରେ ପ୍ରାୟ ୪୦୦ରୁ ଅଧିକ ମାନସିକ ବିକାର ଓ ଭିନ୍ନକ୍ଷମ ହିତାଧିକାରୀ ରହୁଥିବା ଜାଣାଯାଇଛି । ବିଶେଷ କରି ନୀଳକଣ୍ଠ ଲେପର୍ସ କଲୋନୀର ହିତାଧିକାରୀ ମନେ ୬ ମାସ ହେଲା ଭତ୍ତା ପାଇନଥିବା ଅଭିଯୋଗ ହୋଇଛି । କାରଣ ସେମାନେ ନା ଟିପିଚିହ୍ନ ଦେଇପାରୁଛନ୍ତି ନା ଦସ୍ତଖତ କରିପାରିଛନ୍ତି । ପୂର୍ବରୁ ଏହି କଲୋନୀ ବାସିନ୍ଦା ୭୦୦ ହିସାବରେ ଭତ୍ତା ଓ ଚାଉଳ ପାଉଥିଲେ । ଏହା ବ୍ୟତୀତ ମନ୍ଦିର ସାମ୍ନାରେ ଭିକ ମାଗି ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ । ସାରା ରାଜ୍ୟରେ ଲକ ଡାଉନ ମୁକାବିଲା ପାଇଁ ସବୁ ମନ୍ଦିର ବନ୍ଦ ହେବା ହେତୁ ମନ୍ଦିରର ଭିକ ମଧ୍ୟ ବନ୍ଦ ହୋଇଯାଇଛି । ଏପଟେ ଦେଖିବା ଗଲେ ଭତ୍ତା ଓ ପିଡ଼ିଏସ ଚାଉଳ ମଧ୍ୟ ପାଉନଥିବା ସ୍ୱଷ୍ଟ ଜଣାପଡ଼ିଛି । ଫଳରେ ସେମାନଙ୍କ ଜୀବନ ଯାତ୍ରା ଦୁର୍ବିସହ ହୋଇପଡିଛି ।ସେମାନେ ବାରମ୍ବାର ଗୁହାରୀ କରିଥିବା ବେଳେ କୌଣସି ପ୍ରତିକାର ହୋଇନି କି କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇନି । ଗୋଟିଏ ପଟେ କରୋନା କଟକଣା ଓ ଅନ୍ୟପଟେ ପ୍ରଶାସନିକ ଅବହେଳା ,ସେମାନଙ୍କ ଜୀବନ ଜୀବିକ ରେ ପ୍ରତିବନ୍ଧକ ସାଜିଛି । ବର୍ତ୍ତମାନ ଗରୀବ ଓ ନିରାଶ୍ରୟ ଙ୍କୁ ସହଯୋଗ ଓ ଖାଦ୍ୟ ସାମଗ୍ରୀ ଦେବାକୁ ନିର୍ଦେଶ ଥିବା ବେଳେ ଏହି ଭିନ୍ନକ୍ଷମ ଓ ବିକଳାଙ୍ଗ ହିତାଧିକାରୀଙ୍କ ପାଇଁ ପ୍ରଶାସନ ଦୃଷ୍ଟି ଦେଇନଥିବା ଅଭିଯୋଗ ଆସିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବି ହୋଇଛି ।ବର୍ତ୍ତମାନ ବ୍ରହ୍ମପୁର ସହରରେ ଅନେକ ଭିନ୍ନକ୍ଷମ ,ପାଗଳ, ଭିକାରି ଭୋକରେ ଡହଳ ବିକଳ ହେଉଥିବା ବେଳେ କିଛି ସାମ୍ବାଦିକ ଓ ଯୁବ ଗୋଷ୍ଠୀ ନିଜ ପକେଟରୁ ବିସ୍କୁଟ ଓ କ୍ଷୀର ପ୍ରଦାନ କରିଥିବା ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି ।