ଓଳିଏ ଖାଉଛନ୍ତି କେରଳର ଓଡ଼ିଆ ଶ୍ରମିକବୃନ୍ଦ, ବୁଗୁଡା ବିଡ଼ିଓ କଥାହୋଇ ଶ୍ରମିକଙ୍କୁ ଦେଲେ ଆଶ୍ୱାସନା

0
130

ବୁଗୁଡା, ୩୦/୦୩/୨୦୨୦:ବୁଗୁଡା ବ୍ଲକ ଓ ପୋଲସରା ବ୍ଲକର ୨୨ ଜଣ ଦାଦନ ଶ୍ରମିକ କେରଳରେ ଫସି ରହିଥିବା ବେଳେ ସେଠାରେ ସେମାନଙ୍କୁ ଓଳିଏ ଖାଇବାକୁ ମିଳୁଥିବା ଜଣାପଡିଛି। କେରଳରେ ଫସି ରହିଥିବା ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଅରୁଣ ସାହୁଙ୍କ ସହ ବୁଗୁଡା ପ୍ରେସ କ୍ଲବ ସମ୍ପାଦକ ଅନିଲ କୁମାର ମହାରଣା କଥାବାର୍ତ୍ତା ହୋଇ ଅଭାବ ଅସୁବିଧା ବୁଝି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ ଆଲୋଚନା କରି ଅରୁଣ ସାହୁଙ୍କ ଫୋନ ନମ୍ବର ଦେଇଥିଲେ। ବିଡ଼ିଓ ଶ୍ରୀ ପାତ୍ର କେରଳରେ ଫସି ରହିଥିବା ଶ୍ରମିକ ମାନଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ହ୍ଵାଟ୍ସଆପରେ ଶ୍ରମିକ ମାନଙ୍କ ପାଖକୁ ଏକ ଫର୍ମ ପଠାଇ ତାହା ପୂରଣ କରି ପଠାଇଲେ ସେମାନଙ୍କ ଖାଇବା ପାଇଁ ଅର୍ଥ ପଠାଇବାବୁ ଆଶ୍ୱାସନା ଦେଇ ବର୍ତ୍ତମାନର ଏହି ସମୟରେ ଆତ୍ମବଳ ଦୃଢ଼ କରି ଧର୍ଯ୍ୟର ସହ ରହିବାକୁ ଶ୍ରମିକ ମାନଙ୍କୁ ପରାମର୍ଶ ଦେଇଥିଲେ।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here