କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୁ ସହାୟତା ରାଶି ପ୍ରଦାନ ।

0
159

ଗଞ୍ଜାମ,୦୩/୦୪/୨୦୨୦ ( ଟୁକୁନା ପ୍ରଧାନ) – : କରୋନା ର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛା ରେ ଦାନ କରୁଛନ୍ତି ।ସେହିଭଳି ଆଜି ବେଗୁନିଆପଡାର ସୁନାମଧନ୍ୟ ଲୁଗା ଦୋକାନ ଭଗବତୀ ବସ୍ତ୍ରାଳୟର ମାଲିକ ଏମ.ରାଜେଶ୍ୱର ରାଓ(ସୋନି)ବ୍ଲକ ବି ଜେ ଡି ସଭାପତି ବିଜୟ କୁମାର ଦୋରାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏଗାର ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ଉକ୍ତ ଚେକର କପି ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା ଙ୍କୁ ଦେଇଛନ୍ତି ।ଶ୍ରୀରାଓ ଙ୍କ ବଦାନ୍ୟତାକୁ ବିଧାୟିକା, ତହସିଲଦାର, ବ୍ଲକ ସଭାପତି ସମେତ ଅନ୍ୟ ମାନଙ୍କୁ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here