ନିରାଡମ୍ବର ସହକାର ରେ ହେଲା ହନୁମାନ ଜୟନ୍ତୀ

0
168

 

ଗଞ୍ଜାମ, ୧୩.୦୪.୨୦୨୦(ଟୁକୁନା ପ୍ରଧାନ) ଆଜି ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପରିସରରେ ନିରାଡମ୍ବର ସହକାରେ ପୂଜା ଅର୍ଚନା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ଯସୂଚୀ ଅନୁଯାୟୀ ହୋମ ଓ ପୂଜା ଅର୍ଚନା କରାଯାଇଥିବାବେଳେ ପୂଜକ ଲୋକନାଥ ରଥ ପୂଜା ନିର୍ବାହ କରିଥିବା ବେଳେ କର୍ତ୍ତା ଭାବେ ବିଶ୍ଵମ୍ବର ବିଶ୍ଵାଳ କାର୍ଯ୍ୟ ସମ୍ପାଦନ କରିଥିଲେ ।କରୋନା ଭାଇରସ ପାଇଁ ଓଡିଶା ସରକାରଙ୍କ ଲକ୍ ଡାଉନ ଘୋଷଣା ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଙ୍କ ନିର୍ଦ୍ଦେଶ କୁ ମାନି ୧୦୮ହନୁମାନ ଚାଳିଶା ପାଠ ଏବଂ ପଣା ବଣ୍ଟନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । କେବଳ ଶ୍ରୀ ଶ୍ରୀ ହନୁମାନ ଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here