ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

0
233

 

ଗଞ୍ଜାମ,୧୪/୦୪/୨୦୨୦ ( ଟୁକୁନା ପ୍ରଧାନ) କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆଜି ବେଗୁନିଆପଡା ବ୍ଲକ ଗସ୍ତ ସମୟରେ ବେଗୁନିଆପଡାର ପାଣିଗ୍ରାହୀ ଆଳୁ ଭଣ୍ଡାର ମାଲିକ. ହୃଷିକେଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପନ୍ଦର ହଜାର ଟଙ୍କାର ଏକ ଚେକ ବିଧାୟିକାଙ୍କୁ ପ୍ରଦାନ କରିଥିଲେ ।ଉକ୍ତ ସହାୟତା ପାଇଁ ବିଧାୟିକା ଧନ୍ୟବାଦ ଦେଇଥିବା ବେଳେ ଉକ୍ତ ଚେକ  ଡ଼ିପୋଜିଟ କରିବା ପାଇଁ ବିଡ଼ିଓଙ୍କୁ କହିଥିଲେ। ଏହିସମୟରେ ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ବି ଜେ ଡି ସଭାପତି ବିଜୟ କୁମାର ଦୋରା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା, ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here