ପଦ୍ମପୁରରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ।

0
325

 

ବ୍ରହ୍ମପୁର, ୨୫/୦୪/୨୦୨୦:
ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସଦର ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମେ ଜନୈକ ୨୫ ବର୍ଷୀୟା ଯୁବକଙ୍କ ସହିତ ଜଣେ ନାବାଳିକା ର ବେକରେ ଲୁଗା ବନ୍ଧା ଅବସ୍ଥାରେ ଏକ ଗଛ ଡାଳରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ପାହାନ୍ତା ସମୟରେ ନିକଟସ୍ଥ ବୁଗୁଡ଼ା ଯିବା ରାସ୍ତାର ୫୦୦ ମିଟର ଦୂରରେ ଉଭୟଙ୍କୁ ଏକ ଗଛରେ ଝୁଲୁଥିବା ଦେଖି ଗ୍ରାମରେ ଚହଳ ପଡ଼ିଥିଲା ।ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଚିହ୍ନିବା ସହିତ ପାଟପୁର ଥାନାରେ ସୂଚନା ଦେଇଥିଲେ ।ପୋଲିସ ପହଞ୍ଚି ସରଜମୀନ ତଦନ୍ତ ସହିତ ଶବ ଉଦ୍ଧାର କରାଯାଇଛି।ପାଟପୁର ଥାନା ଅପମୃତ୍ୟୁ ମାମଲା ୭ ଓ ୮/୨୦୨୦ ରେ ଦୁଇଟି ମକଦ୍ଦମା ରୁଜ୍ଜୁ କରାଯାଇ ଉଦ୍ଧାର ଶବ ଦୁଇ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ପାଟପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ପଦ୍ମପୁର ଗ୍ରାମ ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ପ୍ରକାରେ ଆତ୍ମହତ୍ୟା କରିଥିବା ଯୁବକ ସୁନିଲ ରାଉତ ରାଜ୍ୟ ବାହାରେ କାମ କରୁଥିବା ବେଳେ ଗ୍ରାମରେ ହେଉଥିବା ଦଣ୍ଡକାଳି ଯାତ୍ରାରେ ଅପେରାର କଳାକାର ଭାବେ ଗ୍ରାମକୁ ଫେରିଥିଲା।ଲକ୍ ଡାଉନ୍ ଯୋଗୁଁ ଯାତ୍ରା ହୋଇନଥିବାରୁ ସେ ନିଜ ପରିବାର ସହିତ ରହୁଥିଲା ।ଆତ୍ମହତ୍ୟା କରିଥିବା ନାବାଳିକା ଜଣକ ପୁଡାମାରୀ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଥିବା ଜଣାଯାଇଛି ।ଉଭୟ ପରିବାର ପ୍ରେମସଂପର୍କ କୁ ନେଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଖଣ୍ଡନ କରୁଥିବାରୁ ଗାଁର ଅନତି ଦୂରରେ ରାସ୍ତାକଡ ଗଛ ଡାଳରେ ଉଭୟଙ୍କ ବେକରେ ଚାଦର ଓ ଓଢନି ଦ୍ଵାରା ଆତ୍ମହତ୍ୟା କରିଥିବା ନେଇ ଅଞ୍ଚଳରେ ନାନା କଥା ଆଲୋଚନା ହେଉଅଛି ।
ପାଟପୁର ଥାନା ପକ୍ଷରୁ ତଦନ୍ତକାରୀ ଅଧିକାରୀ ଭାବେ ଏ ଏସ ଆଇ ରବୀନ୍ଦ୍ର ନାଥ ଗୌଡ ମାମଲା ପରିଚାଳନା କରୁଥିବା ବେଳେ ଡାକ୍ତରୀ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାରେ ତଦନ୍ତ କରାଯିବା ବ୍ୟବସ୍ଥା ଥିବାରୁ ରିପୋର୍ଟ କୁ ଅପେକ୍ଷାରେ ଥିବା ପ୍ରକାଶ କରିଛନ୍ତି ।

ରିପୋର୍ଟ –
ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here