ଶେରଗଡ,୨୭/୦୪/୨୦୨୦: ଗଞାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ସକାଳ ଦଶ ଘଣ୍ଟା ସମୟରେ ପିତଳ ପଂଚାୟତ ଗସ୍ତରେ ଆସି ଏଠାରେ ପ୍ରାୟ ୨୦ଟି କରେଣ୍ଟାଇନ କେନ୍ଦ୍ର ପରିଦର୍ଶନ କରିଛନ୍ତି।ବାହାର ରାଜ୍ୟ ରୁ ଆସିବାକୁ ଥିବା ଦାଦନ ଓ ବ୍ଯକ୍ତିମାନ ଙ୍କୁ ଏହି ସବୁ କେନ୍ଦ୍ର ରେ ୧୪ ଦିନ କରେଣ୍ଟାଇନ ରେ ରଖାଯିବ।ଏହି କେନ୍ଦ୍ର ଗୁଡିକରେ ରହିବା ବ୍ଯକ୍ତି ପାଇଁ ଖଟ ଶେଯ,ଏକ୍ୱାଗାର୍ଡ ପିଇବା ପାଣି,ଗାଧୁଆ, ପାଇଖାନା ସୁବିଧା, ଫେନ, ଲାଇଟ, ଚିକିତ୍ସା ସୁବିଧା ବ୍ଯବସ୍ଥା କରିବାକୁ ପଂଚାୟତ କଲେକ୍ଟର ଙ୍କୁ ଜିଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।ଉତ୍ତମ ଖାଦ୍ଯ ଓ ଜଳଖିଆ ମଧ୍ଯ ଦେବାକୁ କହିଛନ୍ତି।ଏହି ସମୟରେ ଶେରଗଡ ବିଡିଓ ସୁରଞନ ସ୍ୱାଇଁ,ତହସିଲଦାର ଦୟାସିନ୍ଦୁ ପରିଡା ଙ୍କ ସମେତ ଜିଲ୍ଲା ର ବହୁ ପଦାଧିକାରୀ ଅଙ୍ଗନବାଡିକର୍ମୀ ଓ ଆଶାମାନେ ଉପସ୍ଥିତ ଥିଲେ ।ଆଜି ଜିଲାପାଳ ଶେରଗଡ ବ୍ଲକ ର ପ୍ରାୟ ସମସ୍୬ କରେଣ୍ଟାଇନ କେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି ।
ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି