ଦେଶୀ ମଦ ଭାଟି ଉପରେ ଅତର୍କିତ ଚଢାଉ, ବେଆଇନ ମଦ ବିକ୍ରୀ କୁ ଧରା ପକାଇଲେ ଦିଗପହଣ୍ଡି ଥାନା ଅଧିକାରୀ

0
277

 

ଦିଗପହଣ୍ଡି , ୨୭/୦୪/୨୦୨୦-(ଗଦାଧର ଶୁକ୍ଳ)କରୋନା ପ୍ରଭାବରେ ସାରା ରାଜ୍ୟ ତଥା ଜିଲ୍ଲାରେ ଲକଡାଉନ୍ କଟକଣା ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଆଇନ୍ ମଦ କୁ ଚଢା ଦର ରେ ବିକ୍ରି ଚାଲି ଥିବା କୌଣସି ସୂତ୍ର ରୁ ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚଷା ନିମଖଣ୍ଡି ପଞ୍ଚାୟତ ଅଧିନରେ ଥିବା ଏକ ଦେଶୀ ମଦଭାଟି ଉପରେ ଆଜି ଅର୍ଥାତ ସୋମବାର ଅପରାହ୍ନରେ ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯିବା ସହ ୧୨୭୦ ପ୍ୟାକେଟ ଦେଶୀମଦ ଜବତ କରାଯାଇଥିବା ବେଳେ ୧୦୮୦୦ ମଦପୋଚ ନଷ୍ଟ କରାଯାଇଛି । ଏଥିସହ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ଦିଗପହଣ୍ଡି ଥାନା ଅଁଳାଗୁଡା ଗ୍ରାମର ଭାଟି ମ୍ୟାନେଜର ଦେବେନ୍ଦ୍ର ବିଷୋୟୀ , ହିଞ୍ଜିଳି ଥାନା ବଣ୍ଡାଳ ଗ୍ରାମର ବାବୁଲା ସାହୁ , ପୁରୁଷୋତ୍ତମ ଥାନାର ଭିକାରୀ ଗୈାଡ ଓ କଟକ ଜିଲ୍ଲା ନିଆଳି ଥାନା କରଞ୍ଜ ଗ୍ରାମର କାଶିତ୍ର ମୋହନ ସ୍ବାଇଁ ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ , ଦୀର୍ଘ ବର୍ଷ ହେଲା ଉକ୍ତ ସ୍ଥାନରେ ମଦ ମାଫିଆମାନେ ମଦ ପ୍ରସ୍ତୁତ କରି ବିଭିନ୍ନ ଗ୍ରାମକୁ ମଦ ପଠାଉଥିବା ଜଣାପଡିଛି । ଯାହାଫଳରେ ରାଜ୍ୟ ସରକାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମଦ ମାଫିଆମାନେ ଏହି କଟକଣା ନିୟମ ଉଲ୍ଲଂଘନ କରିବା ସହିତ ଲକଡାଉନର ସୁଯୋଗ ନେଇ ମଦ ବେଆଇନ ଭାବେ ମଦ କାରବାର ସକ୍ରୀୟ ରଖିଥିଲେ । ଖବରପାଇ ସୋମବାର ଦିନ ପ୍ରଶାସନ ପକ୍ଷରୁ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ , ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , ସ୍ଥାନୀୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀ , ରାଜସ୍ବ ନିରୀକ୍ଷକ ଅକ୍ଷୟ କୁମାର ମଲ୍ଲିକ , ଫକୀରମୋହନ ରାଉତ , ଶ୍ରୀକାନ୍ତ ଦୋରା , ବିଘ୍ନେଶ୍ୱର ଆଚାର୍ଯ୍ୟ ପ୍ରମୁଖ ଅତର୍କିତ ଭାବରେ ଚଢ଼ାଉ କରି ବହୁଳ ପରିମାଣରେ ଦେଶୀମଦ ଜବତ କରବା ସହ ମଦପୋଚ ନଷ୍ଟ କରିଥିଲେ । ଏହି ସଂକ୍ରାନ୍ତରେ ଦିଗପହଣ୍ଡି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ଥାନା କେସ ନଂ ୯୬/୨୦ ଅନୁଯାୟୀ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here