ଗଞ୍ଜାମ,୨୮/୦୪/୨୦୨୦ ( ଟୁକୁନା ପ୍ରଧାନ) – : କରୋନା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ଯୋଗୁ ଗୁଜରାଟ ରାଜ୍ୟ ସୁରଥ ରେ ଫସି ରହିଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକମାନେ । କଳକାରଖାନା ବନ୍ଦ ଯୋଗୁ ନିଜର ରୋଜଗାର ହରାଇବା ସହ ବହୁ ଅଭାବ ଏବଂ ଅସୁବିଧାରେ ଚଳୁଛନ୍ତି ଶ୍ରମିକ ମାନେ । ସରକାର ସେମାନଙ୍କ ପ୍ରତି ନଜର ରଖିବା ସହ ସେମାନଙ୍କ ସୁବିଧା ଏବଂ ଅସୁବିଧା ପ୍ରତି ମଧ୍ଯ ଦୃଷ୍ଟି ଦେଉଛନ୍ତି ।ଏଥି ସହିତ ବହୁ ବେସରକାରୀ ଅନୁଷ୍ଠାନ, ସ୍ଵେଚ୍ଛାସେବୀ ସଂଗଠନ,ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମଧ୍ଯ ସେମାନଙ୍କ ସାମର୍ଥ୍ୟ ମୁତାବକ ଉକ୍ତ ଶ୍ରମିକ ମାନଙ୍କୁ ସାହାଯ୍ଯ ସହଯୋଗ କରୁଛନ୍ତି । ଆଜି ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବୁଗୁଡ଼ା ବ୍ଲକ ର ବରିଷ୍ଠ ବି ଜେ ପି ନେତା ପ୍ରତାପ ଚନ୍ଦ୍ର ନାୟକ , ହିଞ୍ଜିଳିକାଟୁ ର ବରିଷ୍ଠ ବି ଜେ ପି ନେତା ନିରଞ୍ଜନ ପାଣିଗ୍ରାହୀ, ବିଜେପି ନେତା ମନୋଜ ଦାସ ଙ୍କ ତରଫରୁ ସୁରଥ ର ଆମୋରିଲ ସ୍ଥିତ କୋଷାଡ ଆବାଶ ଏଚ୍ ୫ ର ୩୭୪ ଏଚ୍ ୪ ର ୩୫୨ ରେ ରହୁଥିବା ଶତାଧିକ ଓଡ଼ିଆ, ମଧ୍ୟପ୍ରଦେଶ ରାଜ୍ଯ ର ପରିବାର ବର୍ଗ ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ, ଡାଲି, ତେଲ, ଲୁଣ ଆଦି ସାମଗ୍ରୀ ପୋଲସରା ବ୍ଲକ ଭାବରଡା ଗ୍ରାମ ର ଯୁବନେତା ସଙ୍କର୍ଷଣ ପ୍ରଧାନ, ବେଲଗୁଣ୍ଠା ଅଞ୍ଚଳର ଯୁବନେତା ଗଙ୍ଗାଧର ସାହୁ, ସମୀର ପ୍ରଧାନ ଙ୍କ ସହଯୋଗରେ ପ୍ରଦାନ କରାଯାଇଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ଉକ୍ତ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିବାରୁ ସେମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ସମେତ ଅନ୍ୟ ମାନଙ୍କୁ ପ୍ରଶଂସା କରିବା ସହ ଧନ୍ଯବାଦ ଜଣାଇଛନ୍ତି ।