ବ୍ରହ୍ମପୁର,୦୫/୦୩/୨୦୨୫: କେ.ନୂଆଗାଁ ଥାନା ଅନ୍ତର୍ଗତ ରେ ଘଟିଥିବା ଫାଇନାନ୍ସ କର୍ମଚାରୀଙ୍କୁ ଅପହରଣ ଘଟଣାର ୭ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ୪ଜଣ ଫାଇନାନ୍ସ କର୍ମଚାରୀ ଙ୍କୁ ଅପହରଣ କରି ନେଇ କିଛିଦିନ ମୁଣ୍ଡ ଜାମିନରେ ଅଟକ ରଖି ଅକଥନୀୟ ନିର୍ଯାତନା ଦେବା ସହ ଦୁଇ କୋଟି ଟଙ୍କା ଦାବି
କରିବା ମାମଲାରେ ଏହି ଅଭିଯୁକ୍ତ ମାନେ ସମ୍ପୃକ୍ତ ଥିଲେ।କେ.ନୁଆଗାଁ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି।ଏନେଇ ଆଜି ବ୍ରହ୍ମପୁର ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।ଗତ ଜାନୁଆରୀ ୨୩ ତାରିଖରେ ଘଟିଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେ.ନୁଆଗାଁ ଥାନା ଚିକିଟି ଗଡ଼ର ନୂତନ ପାତ୍ର,ଚିକିଟି ପେଣ୍ଠ ହନୁମାନ ବିହାର ର ସାଗର ପ୍ରସାଦ ସାହୁ, ବ୍ରହ୍ମପୁର ବଡ ବଜାର ଥାନା ଗେଟ ବଜାର ବିଲ ସାହି ର ଦଣ୍ଡ ମହାରଣା, ଚିକିଟି ଗଡ ର ରବିନ୍ଦ୍ର ମହାନ୍ତି,ବ୍ରହ୍ମପୁର ଫାଷ୍ଟ ଗେଟ ଶ୍ରୀକ୍ଷେତ୍ର ଅଞ୍ଚଳ ର ଟି.ଗଣେଶ ରାଓ,ବଡ ବଜାର ଥାନା ପଞ୍ଚୁ ଦେଉଳ ସାହି ର କାର୍ତ୍ତିକ ବେହେରା ଏବଂ ଉତ୍କଳ ଛକ ମେଦିରି ସାହି ର କେ.ସୁନୀଲ ରାଓ କୁ ପୁଲିସ ଗିରଫ କରିବା ସହ ଅପହୃତଙ୍କ ୪ ମୋବାଇଲ ସହ ମୋଟ ୧୧ଟି ମୋବାଇଲ କୁ ଅଭିଯୁକ୍ତ ଙ୍କ ଠାରୁ ପୋଲିସ ଜବତ କରିଛି।ଏହା ସହ ୩ଟି ଚାରି ଚକିଆ ଗାଡି କୁ ପୋଲିସ ଜବତ କରିଛି।ସୁଚନାଯୋଗ୍ୟ ଯେ, ଅଭିଯୁକ୍ତ ମାନେ କଟକ ଗୋବିନ୍ଦପୁର ର ବ୍ରହ୍ମାନନ୍ଦ ପାତ୍ର, କଟକ ତୁଳସୀପୁର ଅଞ୍ଚଳର ଅହମ୍ମଦ ଖାନ୍, ଭୁବନେଶ୍ବର ଗଡ଼ ନହରକଣ୍ଟାର ଅମରଜିତ ସାମନ୍ତସିଂହାର ଓ ଦିଲ୍ଲୀର ରବୀନ୍ଦ୍ର କୁମାର ଆଦି ୪ଜଣଙ୍କୁ ଅପହରଣ କରିଥିଲେ |ସେମାନଙ୍କୁ ମୁଣ୍ଡ ଜାମିନ ରଖି ୨କୋଟି ଟଙ୍କା ଦାବି କରିଥିଲେ । ଦୁର୍ବୃତ୍ତଙ୍କ କବଳରୁ କୌଶଳ କ୍ରମେ ଅମରଜିତ ମୁକ୍ତି ପାଇ ଘଟଣାକୁ ନେଇ ଜାନୁଆରୀ ୨୬ତାରିଖରେ କେ.ନୁଆଗାଁ ଥାନା ରେ ଅଭିଯୋଗ କରିଥିଲେ |





