କର୍ତ୍ତବ୍ୟ ଆଗରେ ମେରୁଦଣ୍ଡ ଯନ୍ତ୍ରଣା ତୁଛ, ଅଙ୍ଗନୱାଡ଼ି କର୍ମୀ ‘ଅର୍ଣ୍ଣପୂର୍ଣ୍ଣା’

0
268

 

ଗଞ୍ଜାମ,୨୮/୦୪/୨୦୨୦( ଟୁକୁନା ପ୍ରଧାନ) – : କରୋନା ଭାଇରସ ର ମୁକାବିଲା ପାଇଁ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ ର କର୍ମକର୍ତ୍ତା ଏବଂ ସ୍ଵେଚ୍ଛାସେବୀ ମାନେ ମଧ୍ଯ ନିଜ ଜୀବନ କୁ ବାଜି ଲଗାଇ ଅହରହ ସଂଗ୍ରାମ କରୁଛନ୍ତି କରୋନା ବିରୋଧରେ । ସେହିପରି ଜଣେ ଯୋଦ୍ଧା ଅଙ୍ଗନୱାଡି କର୍ମୀ ଅନ୍ନପୂର୍ଣ୍ଣା ଚୌଧୁରୀ । ମସ୍ତିସ୍କ ଅସ୍ତ୍ରପଚାର ହୋଇଛି । ଯନ୍ତ୍ରଣା ଜର୍ଜରିତ ହେଲେ ସୁଦ୍ଧା ସେବା ମନୋବୃତ୍ତିରୁ ଓହୋରି ନାହାନ୍ତି । ମସ୍ତିସ୍କରେ ଅସ୍ତ୍ରୋପଚାର କରି ଘରେ ବିଶ୍ରାମ ନେବା ପରିବର୍ତ୍ତେ ଦିନରାତି ଲୋକଙ୍କ ସେବାରେ ବ୍ୟସ୍ତ । କର୍ତ୍ତବ୍ୟ ଆଗରେ ନିଜ ଶରୀର କୁ ତୁଚ୍ଛ କରି ଦେଇଛନ୍ତି । ଏହି ଯୋଦ୍ଧା ଜଣକ ହେଉଛନ୍ତି ଆନ୍ଧ୍ର – ଓଡ଼ିଶା ସୀମାନ୍ତ ପାତ୍ରପୁର ବ୍ଳକ ଗୁଡ଼ି ପଦର ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଅନ୍ନପୂର୍ଣ୍ଣା ଚୌଧୁରୀ । ଅନ୍ନପୂର୍ଣ୍ଣା ଙ୍କ ମୁଣ୍ଡ ପଛ ପଟୁ ବେକ ପର୍ଯ୍ୟନ୍ତ ଅସ୍ତ୍ରୋପଚାର ପରେ ସିଲେଇ ହୋଇଛି । ଗତ ମାର୍ଚ୍ଚ ୬ ତାରିଖରେ ମୁଣ୍ଡରେ ପାଣି ଜମି ପ୍ରବଳ କଷ୍ଟ ଅନୁଭବ ହୋଇଥିଲା । ପରେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାର ପରେ ମାତ୍ର ୫ ଦିନ ଘରେ ରହି ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବର୍ତ୍ତମାନ କରୋନା ମହାମାରୀ ଭଳି ବିପତ୍ତି ସମୟରେ ମଧ୍ୟ ସେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇବା, ସର୍ଭେ କରିବା ଓ କରେଣ୍ଟାଇନସେଣ୍ଟରର ଦାୟିତ୍ଵ ବହନ କରୁଛନ୍ତି । ମୁଣ୍ଡରୁ ବେକ ଯାଏଁ ଅତ୍ୟଧିକ ଯନ୍ତ୍ରଣାରେ ମଧ୍ୟ ଲୋକଙ୍କ ସେବାକୁ ସେ ପ୍ରାଥମିକତା ଦେଇଛନ୍ତି । କଷ୍ଟ ସହି ମଧ୍ୟ କରୋନା ସମୟରେ ନିଜ କର୍ତ୍ତବ୍ୟକୁ ସୁଚାରରୂପେ ତୁଲାଉଛନ୍ତି । ଏହି ଅଙ୍ଗନବାଡ଼ୀ କର୍ମୀ ଙ୍କ ମହାନତା ପାଇଁ ଅଞ୍ଚଳବାସୀ ମାନେ ଭୂୟଶିଂ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here