ଗଞ୍ଜାମ ଜିଲ୍ଲା ଭାଜପା ପକ୍ଷ ରୁ ଶୁଖିଲା ଖାଦ୍ୟ ବଣ୍ଟନ

0
366

 

ବ୍ରହ୍ମପୁର,୧୨/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ସାରା ଦେଶରେ କରୋନା ମହାମାରୀ ବିପର୍ଯ୍ୟୟ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ସହାୟତାରୁ ବଂଚିତ ପରିବାର ଏବଂ ଅସହାୟ ଓ ଦିନହୀନ ବ୍ୟକ୍ତିଙ୍କୁ ଶୁଖିଲା ରାସନ ସାମଗ୍ରୀ ସହ ମାସ୍କ ବଣ୍ଟନ କରାଯାଉଛି । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ବହୁ ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତିଦିନ ସହାୟତା ପ୍ରଦାନର କାର୍ଯ୍ୟକ୍ରମ ଚାଲୁ ରହିଛି । ବ୍ରହ୍ମପୁର ମହାନଗରରେ ବିଭିନ୍ନ ସ୍ଥାନରେ ମଧ୍ୟ ସୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତିଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ରାମାଧିନ ସଂସ୍କ୍ରୁତ ସ୍ନାତକ ମହାବିଦ୍ୟାଳୟ ଛକରେ ୧୦୦ ରୁ ଉର୍ଦ୍ଦ ଅସହାୟ ପରିବାରଙ୍କୁ ଚାଉଳ, ଡ଼ାଲି, ଅଟା, ଚୁଡ଼ା, ଚିନି, ଲୁଣ, ସାବୁନ ଭଳି ବିଭିନ୍ନ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ବିଜେପି ର ପୂର୍ବତନ ସଭାପତି କାହ୍ନୁଚରଣ ପତି ଙ୍କ ସମେତ ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି ବିନାୟକ ରଥ ଏବଂ ଜିଲ୍ଲା ଉପ-ସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ପୂର୍ବତନ ମଣ୍ଡଳ ସଭାପତି ବିଘ୍ନରାଜ ନାୟକ, ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ, ନୀଳାଚଂଳ ପଣ୍ଡା, ପ୍ରଭାତ ହାତୀ, ସୁମନ ମହାରଣା, କମଲ ପାତ୍ର, ରବିନ କୁମାର ସାହୁ, ଚନ୍ଦ୍ରଶେଖର ପାଢ଼ୀ, ନରସିଂହ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here