ବେଧଡକ ଚାଲିଛି ବେଆଇନ ଗୁଟକା ପ୍ରସ୍ତୁତି। ପୋଲିସ ଚଢଉ ନାମକୁ ମାତ୍ର !

0
177

 

ବ୍ରହ୍ମପୁର, ୧୨/୦୫/୨୦୨୦(ବ୍ଯୁରୋ ରିପୋର୍ଟ)ସଦର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ ଭାବେ ଚାଲିଛି ବେଆଇନ ଗୁଟୁଖା ପ୍ରସ୍ତୁତି ।ଖବର ପାଇ ପୋଲିସ ନାମକୁ ମାତ୍ର ଚଢଉ କରି ଚୁପବସୁଛି କିନ୍ତୁ ଏଥିରେ ସଂପୃକ୍ତ କିଛି ବଡ ବେପାରୀ କୁଂ ଅହେତୁକ ଅନୁକମ୍ପା ଦେଖାଉଥିବା ନେଇ ଅଞଳବାସୀ ଅଭିଯୋଗ କରିଛନ୍ତି।ଏଭଳି ଅଭିଯୋଗ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସଦରଥାନା ଠାରୁ ମାତ୍ର ୨କିମି ଦୂରରେ ଥିବା ରାମଚନ୍ଦ୍ରପୁର ରୋଡ଼ ନିକଟସ୍ଥ ଏକ ବିଦ୍ୟାଳୟ ନିକଟରେ ଚାଲିଥିବା ଲାଇସେନ୍ସ ପ୍ରାପ୍ତ ଗୁଟୁଖା ପ୍ରସ୍ତୁତକାରୀ ସଂସ୍ଥା।ଏଠାରେ ଲାଇସେନ୍ସ ମୁତାବକ ଗୁଟୁଖା ସହ ବିଭିନ୍ନ ବେନାମୀ ନାମରେ ବେଆଇନ ଗୁଟକା ପ୍ରସ୍ତୁତି ହେଉଥିବା ନେଇ ଅଭିଯୋଗ ହୋଇଛି lଏଠାରେ ପ୍ରସ୍ତୁତି ହେବା ପରେ ଏହି ସବୁ ଗୁଟକା ଆଖପାଖ ଅଞ୍ଚଳରେ ବିକ୍ରି ହେବା ସହ ବ୍ରହ୍ମପୁର , ଜୟପୁର,କୋରାପୁଟ,ଉମରକୋଟ,ନବରଙ୍ଗପୁର, ମାଲକାନଗିରି ଓ ୱେଷ୍ଟ ବେଙ୍ଗଲକୁ ଚାଲାଣ କରାଯାଉଛି l ସ୍ଥାନୀୟ ଜଣେ ରାଜନେତାକଂ ଛତ୍ରଛାୟା ତଳେ ଏହା ଚାଲିଥିବା ବେଳେ ଏଥି ପ୍ରତି ପୋଲିସ ଜାଣିଥିଲେ ମଧ୍ୟ ଚୁପ ହୋଇ ରହିଥିବା ଏହା ପରିତାପର ବିଷୟ ଅଟେ lସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେବା ସତ୍ୱେ ପ୍ରଶାସନର ନିରବଦ୍ରଷ୍ଟା ପ୍ରୀୟାପ୍ରିତି କୁ ଇଗିଂତ କରୁଛି।ପୂବରୁ ୩ଥର ଏହା ଉପରେ ପୋଲିସ ଚଢଉ କରି ଫେକ୍ଟ୍ରି ସିଲ କରିଥିଲା ପରେ ସମସ୍ତକଂ ସହମତିରେ ଚାଲିଛି ବେଆଇନ ବେପାର।ସେହିପରି ଏକମାସ ତଳେ ତହସିଲଦାର ଓ ପୋଲିସ ମିଳିତ ଭାବେ ଗୁରୁଣ୍ଠି ଟେକ୍ନା ପାକରେ ଚାଲିଥିବା ଏକ ବେଆଇନ ଗୁଟୁଖା ପ୍ରସ୍ତୁତି ଘରେ ଚଢଉ କରି ସେଥିରେ କାଯ୍ୟ କରୁଥିବା ୬ ଜଣ ୟୁପି ର ଲୋକକୁ ଗିରଫ କରିଥିବା ବେଳେ ତାହା କିଛି ବରିଷ୍ଟ ଲୋକପ୍ରତିନିଧି,ରାଜନେତା କଂ ସଂପୃକ୍ତି ଥିବା ପୋଲିସ କହିଥିଲା କିନ୍ତୁ ଏପଯ୍ୟନ୍ତ କାହାରିକୁ ପୋଲିସ ଗିରଫ କରିପାରିନାହିଁ।ଯାହାକି ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here