ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ହଜାର ଲକ୍ଷ କୋଟିର ଆର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ରକୁ କେତେ, ଜାଣନ୍ତୁ

0
143

 

ନୂଆଦିଲ୍ଲୀ, ୧୩/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ଏବଂ ଦେଶକୁ ଆତ୍ମନିର୍ଭଶୀଳ କରିବା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ମିଶନ ଆତ୍ମନିର୍ଭର ଭାରତର ରୂପରେଖ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

୨୦ ହଜାର ଲକ୍ଷ କୋଟିର ଏହି ବୃହତ ଅର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ର ପାଇଁ କେତେ ସହାୟତା ଦିଆଯାଇଛି ନିର୍ମଳା ତାର ହିସାବ ଦେଇଛନ୍ତି। ଅର୍ଥନୀତିର ମେରୁଦଣ୍ଡ ଲଘୁ,ମଧ୍ୟମ ଓ କ୍ଷୁଦ୍ର ଶିଳ୍ପସଂସ୍ଥା ପ୍ୟାକେଜର ଫୋକସରେ ରହିଛନ୍ତି। ତେବେ ରିୟଲ ଇଷ୍ଟେଟ୍, ଠିକାସଂସ୍ଥା, ଘରୋଇ ସଂସ୍ଥାର କର୍ମଚାରୀ ଓ ଆୟକରଦାତାଙ୍କ ପାଇଁ ବି ସରକାର ବିଭିନ୍ନ ରିହାତି ଘୋଷଣା କରିଛନ୍ତି।

ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ MSME କ୍ଷେତ୍ର ପାଇଁ ବଡ଼ ଧରଣର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ୩ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି।

ଏଥିଲାଗି ୪ ବର୍ଷ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରଥମ ବର୍ଷ ଋଣ ସୁଝିବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ଦେଶର ୪୫ ଲକ୍ଷରୁ ଅଧିକ MSME ଉପକୃତ ହେବେ।

ଦେବାଳିଆ ତଥା କ୍ଷତିରେ ଚାଲୁଥିବା MSMEକୁ ପୁନର୍ଜୀବିତ କରିବା ଲାଗି ୨୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁ MSME ଭଲ କାରବାର କରୁଛନ୍ତି ଏବଂ ଆଗକୁ ସମ୍ପ୍ରସାରଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଫଣ୍ଡ୍ସ ଅଫ୍ ଫଣ୍ଡ୍ସ କରାଯାଇଛି। ଏଥିପାଇଁ ୫୦ ହଜାର କୋଟିର ଆର୍ଥିକ ସହାୟତା ବ୍ୟବସ୍ଥା ହୋଇଛି।

MSME ସଂସ୍ଥାକୁ ସୁହାଇବା ଲାଗି ଏହାର ସଜ୍ଞା ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ସେବା ପ୍ରଦାନକାରୀ ଏବଂ ଉତ୍ପାଦନ ଉଦ୍ୟୋଗ ପାଇଁ ଅଲଗା ନିୟମ ଥିଲା ବେଳେ ଏବେ ଏହାକୁ ମିଶାଇ ଦିଆଯାଇଛି। ନୂଆ ନିୟମ ଅନୁସାରେ ୧ କୋଟି ଟଙ୍କାର ନିବେଶ ଏବଂ ବାର୍ଷିକ ୫ କୋଟି ଟଙ୍କା କାରବାର କରୁଥିବା ସଂସ୍ଥାକୁ ଅଣୁ ଉଦ୍ୟୋଗ ଭାବେ ବିବେଚନା କରାଯିବ।

୧୦ କୋଟିର ନିବେଶ ଓ ୫୦ କୋଟିର କାରବାର କରୁଥିବା ଉଦ୍ୟୋଗକୁ କ୍ଷୁଦ୍ର ଏବଂ ୨୦ କୋଟି ନିବେଶ ଏବଂ ୧୦୦ କୋଟିର କାରବାର କରୁଥିବା ୟୁନିଟ୍‌କୁ ମଧ୍ୟମ ଉଦ୍ୟୋଗର ମାନ୍ୟତା ମିଳିବ।

MSMEଗୁଡ଼ିକର କାରବାର ବୃଦ୍ଧି ଓ ଘରୋଇ ସମାଗ୍ରୀକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ୨ଶହ କୋଟି ପର୍ଯ୍ୟନ୍ତ ର ସରକାରୀ କ୍ରୟ ପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ ନାହିଁ।

ସେହିପରି ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ରିହାତି ଦେଇଛନ୍ତି ଅର୍ଥମନ୍ତ୍ରୀ। ପୂର୍ବ ଚୁକ୍ତିରେ ଥିବା ପଞ୍ଜୀକରଣ ଓ ନିର୍ମାଣ ଶେଷ କରିବା ଅବଧିକୁ ୬ ମାସ ବୃଦ୍ଧି କରାଯାଇଛି।

କାମ ଶେଷ କରିବା ଲାଗି ଠିକାଦାରମାନଙ୍କୁ ଯେପରି ଅସୁବିଧା ନହେବ ସେଥିଲାଗି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ଅର୍ଥମନ୍ତ୍ରୀ।

ସେହିପରି ସରକାରୀ କାମ ନେଇଥିବା ଠିକାଦାରମାନଙ୍କୁ ପ୍ରୋଜେକ୍ଟ ସାରିବାକୁ ଡ଼ଉ ୬ ମାସ ସମୟ ଦିଆଯାଇଛି।

ଅନ୍ୟପକ୍ଷରେ ବିଦ୍ୟୁତ୍ ବିତରଣ କଂପାନିମାନଙ୍କ ଲାଗି ୯୦ ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ଶକ୍ତି ଉତ୍ପାଦନ, ବିତରଣ ଓ ଅନ୍ୟାନ୍ୟ ଆନୁସଂଙ୍ଗିକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ।

ଅଣବ୍ୟାଙ୍କ ଆର୍ଥିକ କଂପାନି, ଗୃହଋଣ କଂପାନି ଓ ମାଇକ୍ରୋ ଫାଇନାନ୍ସ କଂପାନିଙ୍କ ହାତକୁ ଅର୍ଥ ଦେବା ଲାଗି ସରକାର ୩୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ପାର୍ସିଆଲ କ୍ରେଡିଡ୍ ଗ୍ୟାରେଣ୍ଟି ସ୍କିମ ବାବଦକୁ ୪୫ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

LEAVE A REPLY

Please enter your comment!
Please enter your name here