ଗଞ୍ଜାମ ,୨୧/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ପ୍ରଥମ ବୃହତମ ସହର ଭାବେ ପରିଚିତ, ତଥା ରେଶମ ସହର ଭାବେ ସମସ୍ତେ ଜାଣନ୍ତି l ଆଉ ମାତ୍ର ଗୋଟିଏ ଦିନ ପରେ ମହାବ୍ରତ ସାବିତ୍ରୀ ଅମାବାସ୍ୟା ପାଳନ ହେବ l ଓଡିଆ ଘରର ବୋହୁ ମାନଙ୍କ ପାଇଁ ଏହି ପୂଜା ଭଲଭାବରେ ପରିଚିତ l ଏଥିରେ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ସ୍ତ୍ରୀ ମାନେ ଉପବାସ ରହିବା ସହ ଫଳ ପୂଜା କରି ଵ୍ରତ ଲଗାଇ ସ୍ୱାମୀଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି l କୋରନା ଏବଂ ଲକଡାଉନ ପୁରା ସାବିତ୍ରୀ ଅମାବାସ୍ୟା କୁ ଫିକା କରିଦେଇଥିବା ପରିଲକ୍ଷିତ ହୋଇଛି l ଗୋଟେ ପଟେ ଲକଡାଉନ ଯୋଗୁ ନୂତନ ବସ୍ତ୍ର ପରିଧାନ କିମ୍ବା ଫଳ ମୂଳ କିଣିବାରେ ଲୋକଙ୍କୁ ଚଡକ ପଡୁଛି, କାରଣ ଏପଟେ ଲୋକେ ମହାମାରୀ କୋରନା ରେ ଭୟଭୀତ ହୋଇ ଘରେ ବନ୍ଦୀ ହୋଇ ରହିଛନ୍ତି ଏବଂ ବେରୋଜଗାରୀ ହୋଇପଡ଼ିଛନ୍ତି l ସେପଟେ ଆମର ବ୍ରହ୍ମପୁର ସହର ର ବଜାର ରେ ଶାଡି ଠାରୁ ଆରମ୍ବ କରି ଚୁଡ଼ି, ଫଳ ଦର ଆକାଶ ଛୁଆ ହୋଇ ପଡିଛି l କିଏ ଝିଅ ଘରକୁ ଭାର ପଠାଇ ବାକୁ ଯୋଜନା କରୁଛି ତ ଆଉ କିଏ ନିଜ ପାଇଁ ସାବିତ୍ରୀ ଵ୍ରତ ଆବଶ୍ୟକିୟ ସାମଗ୍ରୀ କିଣାରେ ବ୍ୟସ୍ତ, ବ୍ରହ୍ମପୁର ସହରରେ ବିଭିନ୍ନ ଲୁଗା ଦୋକାନ ଭିଡ ଜମୁଥିବାର ଦେଖିବାକୁ ମିଳୁଛି l ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି କେତେକ ବ୍ୟବସାୟୀ ନିଜ ମନ ମୁତାବକ ଦର ଲଗାଇ ଥିବାର ଦେଖିବାକୁ ମିଳୁଛି l ସେଇଭଳି ସାବିତ୍ରୀ ବ୍ରତରେ ଭୋଗ ପାଇଁ ଆବଶ୍ୟକ ପଡୁଥିବା ପାଚିଲା ଫଳ ଦାମ ଦର ଯେତେ ଅଧିକ ହେଲେବି କିଣିବାକୁ ବାଧ୍ୟ୍ୟ ହେଉଛି l ସାବିତ୍ରୀ ଵ୍ରତ ପାଇଁ ଆବଶ୍ୟକ ପଡୁଥିବା ଅମ୍ବ ଦର କିଲୋ ପିଛା ୬୦ ରୁ ୭୦,ଖଜାର ପଣସ ଗୋଟାକୁ ୫୦୦ ରୁ ୬୦୦ ଏବଂ ଅନାନ୍ୟ ଫଳର ଦର ଆକାଶ ଛୁଆଁରେ ରହିଛି l ଧନୀ ଶ୍ରେଣୀର ସାଧାରଣ ଜନତା ଝିଅ ଘରକୁ ଭାର ଦେବା ପାଇଁ ପେଟି ପେଟି ଫଳ କିଣୁଥିଲା ବେଳେ ଗରିବ ଶ୍ରେଣୀର ଲୋକେ ମୁଣ୍ଡରେ ହାତ ଦେଇ ବସୁଛନ୍ତି l ଏପଟେ ଦାଦନ ଶ୍ରମିକ ମାନେ ବିଦେଶରୁ ଆସି କରୋଣ୍ଟlଇଁନ ସେଣ୍ଟର ରେ ଅଛନ୍ତି, ଘରେ ରହୁଥିବା ଦାଦନ ଶ୍ରମିକଙ୍କ ପତ୍ନୀ ମାନେ ସ୍ୱାମୀଙ୍କ ଆଶ୍ରିବାଦ ରୁ ବଞ୍ଚିତ lତେବେ ବର୍ତମାନ ପରିସ୍ଥିତି ରେ କରୋନା ମହାମାରୀ ଭୁତାଣୁ ସଂକ୍ରମଣ ବ୍ୟାପିଥିବା ବେଳେ ସରକାର ଲକଡାଉନ ଅବଧି ଆସନ୍ତା ମେ ୩୧ ତାରିଖ ପଯ୍ୟନ୍ତ ଘୋଷଣା କରିଛନ୍ତି l ସ୍ଥାନୀୟ ପୌର ଏବଂ ପୁଲିସ ପ୍ରଶାସନ ପକ୍ଷରୁ କଡା ପ୍ରହାର ଦିଆଯିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବା ଲକ୍ଷ୍ଯ କରାଯାଉଛି l