ଭାଟପଡା କେନ୍ଦ୍ର ଅଙ୍ଗନୱାଡି କର୍ମୀଙ୍କ ଅକାଳ ବିୟୋଗ

0
194

 

ଗଞ୍ଜାମ,୨୧/୦୫/୨୦୨୦ (ଟୁକୁନା ପ୍ରଧାନ) – : ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କୋଦଳା ଥାନା ଅଧୀନସ୍ଥ କଞ୍ଚଣା ପଞ୍ଚାୟତର ଭାଟପଡା – 1 ନମ୍ବର ଅଙ୍ଗନୱାଡି କେନ୍ଦ୍ରର କର୍ମୀ କୁମାରୀ ମହାରଣା (56) ଙ୍କର ଆଜି ଅକାଳ ବିୟୋଗ ଘଟିଛି l ସେ ଦୀର୍ଘ ଦିନ ଧରି ଦୁରାରୋଗରେ ପୀଡିତ ଥିଲେ l ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ମହିଳା ଥିବା ବେଳେ ଶିଶୁ ମାନଙ୍କୁ ବେଶ ଭଲ ପାଉଥିଲେ l ନିଜ କେନ୍ଦ୍ରକୁ ଠିକ୍ ଭାବେ ଦୀର୍ଘଦିନ ହେବ ପରିଚାଳନା କରିଆସୁଥିଲେ l ରୋଗରେ ପୀଡ଼ିତ ଥିବା ଯୋଗୁଁ ସେ ଛୁଟିରେ ଥିଲେ l ଖବର ପାଇ କଞ୍ଚଣା ସରପଞ୍ଚ ଚିତ୍ରସେନ ଘୋଷ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବା ସହ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ, ଝିଅ, ସ୍ଵାମୀ , ଅଙ୍ଗନୱାଡି ସହାୟିକା ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here