ଭଞ୍ଜନଗର,୨୨/୦୫/୨୦୨୦-କିଛି ଘଣ୍ଟା ପରେ ସାବିତ୍ରୀ ଅମାବାସ୍ୟା ହେବା ପୂର୍ବରୁ ସାବିତ୍ରୀ ଆମ୍ରହତ୍ୟା କରି ଆରପାରିକି ଚାଲିଗଲେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଓ ଏନ,ଏ ,ସି ରାସ୍ତାରେ ।ବଡକୋଦଣ୍ଡା ଗ୍ରାମର ଖଦାଳ ପ୍ରଧାନ ଝିଅ ମାମାଲି ପ୍ରଧାନ ଗୁରୁୁବାର ସନ୍ଧ୍ୟା ୮ଟା ସମୟରେ ସ୍ବାମି ପବିତ୍ର ବିଷୋୟୀ ସହ ବାପା,ମା ମିଶି ମାମାଲିକୁ ହତ୍ୟା କରି ଘରର ଓରାରେ ଚୁନି ସାହାଯ୍ୟରେ ଝୁଲାଇ ଦେଇ ଥିବା ନେଇ ଭଞ୍ଜନଗର ଥାନାର ମାମାଲିର ମା ଲିଖିତ ଅଭିଯୋଗ କରିଛନ୍ତି ।ଲିଖିତ ଅଭିଯୋଗକୁ ନେଇ ପୁଲିସ ତଦନ୍ତ କରିବା ସହ ସ୍ବାମୀ ପବିତ୍ରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇବା କଥା ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ ସୁଚନା ଦେଇଛନ୍ତି ।ମାମାଲିର ଝୁଲନ୍ତା ଶବକୁ ମାଜିଷ୍ଟେ୍ାଟ ଦାୟତ୍ବରେ ଥିବା ତହସିଲଦାର ଆଲୋକ ପ୍ରଧାନ ଓ ସାଇପିଣ୍ଟିକ ଟିମ ଭପସ୍ଥିତରେ ମାମାଲିର ଶବକୁ ଓଲ୍ଲାଇ ଦିଆଯାଇଥିଲା ।।ମାମାଲିର ମା କହିବାନୁଯାଇ ବହୁ ଦିନ ହେଲା ମାମାଲି ଓ ପବିତ୍ର ଦୁହିଁଙ୍କ ମଧ୍ୟରେ ଭଲ ସଂପର୍କ ରହିଥିବା ନେଇ ବାହାର ଲୋକଙ୍କ ଠାରୁ ଶୁଣି ଥିଲି । ଏହାକୁ ନେଇ ୪ମାସ ତଳେ ମାମାଲିର ବିବାହ ପାଇଁ ଅନ୍ୟତ୍ର ନିର୍ବନ୍ଧ ହେବାର ପର ଦିନ ଦୁହେଁ ଫେରାର ହେଇଯାଇଥିଲୋ। ଏହାକୁ ନେଇ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲି ।ଦୁହେଁ ଫେରାର ହେବା ଦିନ ଠାରୁ ବିଭିନ୍ନ ସ୍ଥାନରେ ରହିବା ଆଜକୁ ୨ମାସ ହେଲା ଭକ୍ତ ସ୍ଥାନରେ ଚଳି ଆସୁଥିଲେ ।କେଉଁ ସମାସ୍ୟକୁ ନେଇ ଏପରି ଘଟଣା ଘଟିଲା ତାହା ସଠିକ ତଥ୍ୟ ଜଣାପଡିନାହିଁ ।ଲକ ଡାଉନ୍ ଯୋଗୁ ଅର୍ଥ ଅଭାବ ନେଇ ଏହି ଘଟଣା ଘଟିଥାଇ ପାରେ ବେଲି ପୁଲିସ ଅନୁମାନ କରୁଛି ।
ରିପୋର୍ଟ: ରବିନ୍ଦ୍ରପ୍ରଧାନ