ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷ ରୁ ଗଞ୍ଜାମ ଜିଲାପାଳଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

0
158

ବ୍ରହ୍ମପୁର, ୨୨/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ( ବ୍ରହ୍ମପୁର ଶାଖା ) ଆନୁକୂଲ୍ୟରେ ସଂଘ ସଭାପତି ରାଜେନ୍ଦ୍ର କୁମାର ଗୌଡ଼, J କୁର୍ମା ରାଓ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଶିକ୍ଷକ ସମୂହ ଉପସ୍ଥିତ ରହି ବ୍ରହ୍ମପୁର ଉପଜିଲାପାଳଙ୍କ ମାଧ୍ୟମରେ ଗଞ୍ଜାମ ଜିଲାପାଳଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବିଶେଷ ଭାବରେ Covid19 କାର୍ଯ୍ୟରେ ନିୟୋଜିତ ଥିବା ପ୍ରଧାନ ଶିକ୍ଷକ ଜଗନ୍ନାଥ ମଲିକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ କୁ ଘୋର ନିନ୍ଦା କରିବା ସହ ଯଥାଶୀଘ୍ର ଆକ୍ରମଣକାରୀକୁ ଗିରଫ କରିବା , କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ସୁରକ୍ଷା ସୁରକ୍ଷା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ। covid TMC ରେ ଶିକ୍ଷକଙ୍କର ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ନିୟୋଜିତ ମୁଖ୍ୟଦାବି ହୋଇଛି । ଏଭଳି ଆକ୍ରମଣକୁ ଜିଲାପାଳ ନିନ୍ଦା କରିବା ସହ ଖୁବ ଶୀଘ୍ର ଶିକ୍ଷକ ମାନଙ୍କର ଦାବିକୁ ଅନୁମୋଦନ ପାଇଁ ପ୍ରତିଶୃତି ଦେଇଥିଲେ। ତାହା ଯଥାଶୀଘ୍ର କାର୍ଯ୍ୟକାରୀ କରି ଶିକ୍ଷକ ମାନଙ୍କୁ ସୁରକ୍ଷା ଦେବାକୁ ରାଜ୍ୟସଂଘ ସଭାପତି ରାଜେଶ ମହାନ୍ତି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here