ସାବିତ୍ରୀ ବ୍ରତ ନିମନ୍ତେ ଭାର ଦେଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ

0
196

 

ଗଞ୍ଜାମ,୨୨/୦୫/୨୦୨୦ (ଟୁକୁନା ପ୍ରଧାନ) – : ସାବିତ୍ରୀ ବ୍ରତ ହିନ୍ଦୁ ମାନଙ୍କ ଏକ ମୁଖ୍ୟ ପର୍ବ । ଲକ୍ ଡାଉନ ସାଙ୍ଗକୁ କରୋନା ମୁକାବିଲା ପାଇଁ ପ୍ରବାସି ଓଡ଼ିଆମାନେ ସଂଗରୋଧରେ ଥିବା ବେଳେ ଏହି ପର୍ବ ପାଳନ ଫିକା ପଡି ଯାଇଛି । ଏହାକୁ ଦୃଷ୍ଟିରେ ରଖି ବେଗୁନିଆପଡା ବ୍ଲକ ଚନ୍ଦନପୁର ପଂଚାୟତର ସରପଞ୍ଚ ମଧୁସୂଦନ ସାହୁ ଆଜି ସକାଳୁ ପଂଚାୟତ ର ସମସ୍ତ ସଂଗରୋଧ ଗୃହରେ ଥିବା ମହିଳା ମାନଙ୍କୁ ପୂଜା ସାମଗ୍ରୀ ସହ ନୂତନ ବସ୍ତ୍ର ପ୍ରଦାନ କରିଛନ୍ତି।ମହିଳା ମାନେ ଖୁସି ବ୍ୟକ୍ତ କରିବା ସହ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଛନ୍ତି।ସରପଞ୍ଚଙ୍କ ଏହି ଭଳି ମହନୀୟତା ପାଇଁ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରସଂସା ମିଳିଛି ।ସେହିପରି ଏସ. ଛଚିନା ପଂଚାୟତରେ ମହିଳା ମାନଙ୍କୁ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ନାୟକ ପୂଜା ସାମଗ୍ରୀ ବଣ୍ଟନ କରିଥିଲେ।ଏଥି ସହିତ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ର ସରପଞ୍ଚ ଚିତ୍ରସେନ ଘୋଷ ସଂଗରୋଧ କେନ୍ଦ୍ର ରେ ଥିବା ସମସ୍ତ ମହିଳା ମାନଙ୍କୁ ସେମାନଙ୍କ ଭାଇ ସାଜି ସାବିତ୍ରୀ ଭାର ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here