ଓଡିଶା ଉପାନ୍ତ ସମସ୍ତ ରାଜ୍ୟର ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓଡ଼ିଆ ପାଠ୍ୟପୁସ୍ତକ ପଠାଇବା ପାଇଁ ଉତ୍କଳ ସମ୍ମିଳନୀ ତରଫରୁ ରାଜ୍ୟ ସରକାରଙ୍କୁ ପତ୍ର।

0
138

ବ୍ରହ୍ମପୁର,୨୪/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ବର୍ତ୍ତମାନ ର ମହାଭୟଙ୍କର କରୋନା ମହାମାରୀ ସମୟରେ ମଧ୍ୟ
ରାଜ୍ୟସରକାର ଆଭ୍ୟନ୍ତରୀଣପ୍ରାୟ ସମସ୍ତ ପ୍ରାଥମିକ
ବିଦ୍ୟାଳୟ ଗୁଡିକୁ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ
ଛାତ୍ରଛାତ୍ରୀ ଙ୍କୁ ପାଠ୍ୟପୁସ୍ତକ ଆଗୁଆ ପଠାଇଥିବାରୁ ରାଜ୍ୟ ସରକାର, ବିଭାଗୀୟ କତ୍ତୃପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍କଳ ସମ୍ମିଳନୀ ତରଫରୁ
ଧନ୍ୟବାଦ ଅର୍ପଣ କରାଯାଇଛି।ସମ୍ମିଳନୀ ର
ସଭାପତି ଡ.ସୁବ୍ରତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ଏକ ଭିଡ଼ିଓ କନ୍ଫେରନ୍ସିଙ୍ଗ୍ ଆଲୋଚନା
ଚକ୍ରରେ ଉପଦେଷ୍ଟା ମନ୍ମଥ ପାଢ଼ୀ, ଉପସଭାପତି
ଡାକ୍ତର ନକୁଳ ସାହୁ,ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ
ଯୁଗ୍ମ ସମ୍ପାଦକ ଡାକ୍ତର ଚନ୍ଦ୍ରମଣି ସ୍ବାଇଁ, କୋଷାଧ୍ୟକ୍ଷ
ନରସିଂହ ପାଣିଗ୍ରାହୀ, ଜିଲ୍ଲା ପ୍ରତିନିଧି ରାସବିହାରୀ
ଦାସଙ୍କ ସମେତ ଡ.ରବିନାରାୟଣ ମିଶ୍ର ,ଡାକ୍ତର ସମେନ୍ଦ୍ର କୁମାର ସାହୁ, ଅଶୋକ କୁମାର ସାହୁ , ଶ୍ରୀମତୀ ସ୍ବର୍ଣପ୍ରଭା ପାଢ଼ୀ,ଶ୍ରୀମତୀ ସ୍ବର୍ଣପ୍ରଭା ମିଶ୍ର , ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ନରସିଂହ ପାଢ଼ୀ, କୃଷ୍ଣଚନ୍ଦ୍ର ଦାସ,ସମୀର ସାବତ ପ୍ରମୁଖ ଓ ଅନ୍ୟାନ୍ୟ ସଦସ୍ୟ
ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ
ଓଡିଶା ଉପାନ୍ତରାଜ୍ୟ ଗୁଡିକରେ ଥିବା ଓଡ଼ିଆ
ଛାତ୍ରଛାତ୍ରୀ ଙ୍କ ପାଇଁ ଉଦ୍ଦିଷ୍ଟ ଓଡ଼ିଆ ପାଠ୍ୟପୁସ୍ତକ
ପଠାଯାଇନଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା।
ସମ୍ମିଳନୀର ବରିଷ୍ଠ ସଦସ୍ୟ ଅଶୋକ କୁମାର ସାହୁ
ଏଥି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ପ୍ରସ୍ତାବ ଆଗତ
କରିବା ସହ ମଞ୍ଜୁଷା ଓଡ଼ିଆ ଯୁବ ପାଠାଗାର
ତରଫରୁ ସେ କତ୍ତୃପକ୍ଷ ଙ୍କୁ ପତ୍ର ପଠାଇଥିବା
ବିଷୟ ଏବଂ ଶ୍ରୀକାକୁଲମ ଜିଲ୍ଲା ଶିକ୍ଷାଧିକାରୀଙ୍କ
ତରଫରୁ ମଧ୍ୟ ପତ୍ର ପଠାଯାଇଥିବା ବିଷୟରେ ଅବଗତ କରାଇଥିଲେ।ସମ୍ପାଦକ ଶ୍ରୀପଲ୍ଲବ ଅବଗତ କରାଇଥିଲେ ଯେ ସମ୍ମିଳନୀ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏଥିସମ୍ପର୍କରେ ପ୍ରତ୍ୟେକ ବର୍ଷ ପତ୍ର ପ୍ରଦାନ କରାଯାଉଛି ଏବଂ ସମ୍ମିଳନୀର ରାଜ୍ୟ ସଭାପତି ମଧ୍ୟ ବିଭାଗ ସହ ଯୋଗାଯୋଗ କରିଛନ୍ତି।କିନ୍ତୁ ବର୍ତ୍ତମାନ
ବିଳମ୍ବ ହେଉଥିବାରୁ ଉପାନ୍ତ ଅଞ୍ଚଳ ଓଡ଼ିଆ ଛାତ୍ର ଛାତ୍ରୀ ଙ୍କ ପାଇଁ ଯଥାଶୀଘ୍ର ଯଥାସମ୍ଭବ ପାଠ୍ୟପୁସ୍ତକ
ପଠାଇବାପାଇଁ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ
ଗଣଶିକ୍ଷା ବିଭାଗ ଏବଂ କତ୍ତୃପକ୍ଷ ଙ୍କୁ ପତ୍ରପଠାଯିବ।
ଏଥିସହିତ ଅନ୍ୟାନ୍ୟ ବିଷୟ ବିଶେଷ କରି କରୋନା
ବିଷାଣୁ ସଂକ୍ରମଣ ଦିନ କୁ ଦିନ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲା ରେ ଅତ୍ୟନ୍ତ ତୀବ୍ର ଭାବରେ ବୃଦ୍ଧି ପାଉଥିବାରୁ
ଏହାଉଦ୍ବେଗ ଜନକ ଏବଂ ସଂଗରୋଧ ଗୃହରେ
ଅଶାନ୍ତି ଅସନ୍ତୋଷ ବୃଦ୍ଧି ସହ ପ୍ରଶାସନିକ ତୃଟି
ମଧ୍ୟ ଦେଖା ଯାଉଛି।ଏହାକୁ ସହାନୁଭୂତି ର ସହ
ସମସ୍ତେ ପାଳନକରିବା କୁ ଅନୁରୋଧ କରାଯିବାସହ କରୋନାଯୁଦ୍ଧ ରେ ସାମିଲ ହୋଇଥିବା ସମସ୍ତ ଙ୍କୁ ଏହିଅବସରରେ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇ ସମସ୍ତଙ୍କ ଆଶୁଆରୋଗ୍ୟ କାମନାକରି କାର୍ଯ୍ୟକ୍ରମ ସ୍ଥଗିତ ରଖାଗଲା।

LEAVE A REPLY

Please enter your comment!
Please enter your name here