ସଙ୍ଗରୋଧ କେନ୍ଦ୍ର ଡ୍ୟୁଟିରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନୟାନ୍ତ, ଡ୍ୟୁଟି ନକରି ଜିଲ୍ଲା ବାହାରେ ରହିଥିବା ଶିକ୍ଷକଙ୍କୁ ତୁରନ୍ତ ଡ୍ୟୁଟି ଦେବା ପାଇଁ ଦାବୀ

0
145

ଗଞ୍ଜାମ, ୨୪/୦୫/୨୦୨୦ (ଟୁକୁନା ପ୍ରଧାନ) କରୋନା ପାଇଁ ରାଜ୍ୟ ରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ପୁଲିସ, ନର୍ସ, ସାମ୍ବାଦିକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସରପଞ୍ଚ ଓ ସ୍ଵେଚ୍ଛାସେବୀ ଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ୨୪ ଘଣ୍ଟା ଖଟୁଥିବା ବେଳେ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ଅନ୍ତେବାସୀଙ୍କୁ ସେବା ଯୋଗାଇବା ସହ କେନ୍ଦ୍ର ଦାୟିତ୍ଵରେ ପ୍ରଧାନ ଶିକ୍ଷକ, ଓ ହେଡ୍ କ୍ୱାଟର ରେ ରହିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଦାୟିତ୍ଵ ଦିଆଯାଇଛି l ଏହି କେନ୍ଦ୍ର ଗୁଡିକରେ ଆଜି ସୁଦ୍ଧା ୨୦ ରୁ ଅଧିକ ଦିନ ଏମାନେ କାର୍ଯ୍ୟ କରି ନୟାନ୍ତ ହୋଇସାରିଲେଣି l ସେପଟେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାହାରୁ ଆସି ଗଞ୍ଜାମ ଜିଲ୍ଲାରେ ଚାକିରି କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ପର୍ଯ୍ୟନ୍ତ ସ୍କୁଲରେ ଯୋଗ ଦେଇନାହାଁନ୍ତି କି ପ୍ରଶାସନର ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି l ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ଶିକ୍ଷକ ଯେଉଁ ମାନେ ସଂଗରୋଧ କେନ୍ଦ୍ରରେ ଡ୍ୟୁଟି କରିନାହାନ୍ତି ସେମାନେ ତୁରନ୍ତ ମେ ମାସ ୩ତାରିଖ ସୁଦ୍ଧା ଆସି ବି ଇ ଓ ଙ୍କୁ ଯୋଗଦାନ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲେ ବି ଏଯାବତ୍ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଲକ୍ ଡାଉନ୍ କୁ ଆଳ କରି ଡ୍ୟୁଟିରେ ଯୋଗ ନଦେଇ ଘରେ ବସିଛନ୍ତି l ଏପଟେ ବ୍ଲକ ସ୍ତରରେ ଓ ପଞ୍ଚାୟତ ସ୍ତରରେ ସେମାନଙ୍କୁ ଛାଡି ଶିକ୍ଷକ ଶିକ୍ଷୟିତ୍ରୀମାନେ ସଙ୍ଗରୋଧ କେନ୍ଦ୍ରରେ ଦିନରାତି କାମ କରିକରି ନୟାନ୍ତ ହୋଇ ବର୍ତ୍ତମାନ୍ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ସେମାନଙ୍କ ଅଭିଯୋଗ ପ୍ରକାରେ ଆମେ ଏଠାରେ ଖଟି ନୟାନ୍ତ ହେଉଥିବା ବେଳେ ଅନ୍ୟ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ଘରେ ଆରାମରେ ବସି ବସି ଦରମା ନେଇଛନ୍ତି l ଆମ ଜୀବନ ବିପଦପୂର୍ଣ୍ଣ ଥିବାବେଳେ ସେମାନେ ପ୍ରକାଶନର ନିର୍ଦ୍ଦେଶକୁ ବେଖାତିର୍ କରି ଆସୁନାହାନ୍ତି l ଅନ୍ୟ ଜିଲ୍ଲାରୁ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସି କାମ କରୁଥିବା ବେଳେ ଅଧିକାଂଶ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଳ ଦେଖାଇ ଆସୁନାହାନ୍ତି ଯାହା ଫଳରେ ଆମକୁ ବିଶ୍ରାମ ମିଳୁନାହିଁ l ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ପ୍ରବାସୀ ମାନେ ସଂଗରୋଧ କେନ୍ଦ୍ରରୁ ଘରକୁ ଫେରି ଥିବା ବେଳେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି l ଯେଉଁ ମାନଙ୍କର ଡ୍ୟୁଟି ପଡିନାହିଁ ତୁରନ୍ତ ସେମାନଙ୍କୁ ଏହି ପର୍ଯ୍ୟାୟରେ ତାଲିକାଭୁକ୍ତ କରିବା ପାଇଁ ଶିକ୍ଷକମାନେ ଦାବୀ କରିଛନ୍ତି l ଯଦି ଏହା ନହୁଏ ତେବେ ପ୍ରଶାସନ ସେମାନଙ୍କ ବିରୋଧରେ କି ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ସମସ୍ତେ ନଜର ରଖିଛନ୍ତି l ଏହା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା ପାଇଁ ସରକାରଙ୍କ ନିକଟରେ ଦାବୀ କରାଯାଇଛି

 

LEAVE A REPLY

Please enter your comment!
Please enter your name here