ହୁମ୍ମା ଓ ଖଲ୍ଲିକୋଟ ଷ୍ଟେସନରେ ଟ୍ରେନ ଚେନ୍ ପୁଲିଙ୍ଗ କଲେ ପ୍ରବାସି ଶ୍ରମିକ

0
338

ଗଞ୍ଜାମ,୨୭/୦୫/୨୦୨୦ (ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ ଅନ୍ତର୍ଗତ ହୁମ୍ମାଷ୍ଟେସନ ଠାରେ ପୁଣି ଟ୍ରେନ ଚେନ୍ ପୁଲିଙ୍ଗ କଲେ ପ୍ରବାସୀ ଶ୍ରମିକ । ଗୋଆରୁ -ବାଲେଶ୍ବରକୁ ପ୍ରବାସୀ ଓଡିଆ ଶ୍ରମିକ ଙ୍କୁ ନେଇଯାଉଥିବା ଟ୍ରେନର ଚେନ୍ ପୁଲିଙ୍ଗ କଲେ ଓଡ଼ିଆ ଶ୍ରମିକ । ଟ୍ରେନ ରହିବା ମାତ୍ରେ ଟ୍ରେନ ରୁ ଓହ୍ଲାଇ ଥିଲେ ଶ୍ରମିକ ମାନେ । ଯାହାକୁ ଦେଖି ରେଳବାଇ ଆର.ପି.ଏଫ ମାନେ ସେମାନଙ୍କୁ ଅଟକ ରଖିବା ସହ ଖବର ଦେଇଥିଲେ ପ୍ରଶାସନକୁ ।ଖବରପାଇ ଗଞ୍ଜାମ ବିଡିଓ ଜ୍ୟୋତି ଶଙ୍କର ରାୟ ,ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମୋହନ ସାହୁ ପହଞ୍ଚିଥିଲେ ଷ୍ଟେସନ ରେ । ଟ୍ରେନରୁ ଓହ୍ଲେଇଥିବା ପ୍ରବାସୀ ମାନେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବାସୀଙ୍କୁ ବ୍ରହ୍ମପୁର ଷ୍ଟେସନରେ ନ ଓହ୍ଲାଇ ବାଲେଶ୍ଵର ନେଇଯାଉଥିବା ରୁ ଚେନ୍ ପୁଲିଙ୍ଗ କଲେ ବୋଲି ବିଡ଼ିଓ ଙ୍କୁ କହିଥିଲେ । ପରେ ବିଡ଼ିଓ ରାୟ ଗଜପତି ଜିଲ୍ଲାର ପ୍ରବାସୀ ଙ୍କୁ ହଳଦିଆପଦର ସଂଗରୋଧ କେନ୍ଦ୍ରକୁ, ଗଞ୍ଜାମ ଜିଲ୍ଲାର ପ୍ରବାସୀଙ୍କୁ ନିଜ ନିଜ ଅଞ୍ଚଳ ସଂଗରୋଧ କେନ୍ଦ୍ରକୁ ପଠାଇଥିବା ଦେଖାଯାଇଛି । ସେହିଭଳି ଖଲ୍ଲିକୋଟ ଷ୍ଟେସନରେ ରଖିଥିଲେ ସୁରଟାରୁ –ଖୋର୍ଦ୍ଧା ଯାଉଥିବା ଟ୍ରେନଟି କୁ ଚେନ୍ ପୁଲିଙ୍ଗକରି । ଖଲ୍ଲିକୋଟ, କୋଦଳା, ଭଞ୍ଜନଗର, ଆସ୍କା ବିଭିନ୍ନ ଅଂଚଳର ଶ୍ରମିକ ମାନେ ଖାଇବାକୁ ନପାଇ ଭୋକରେ ଥିବା ଓ ନିଜଅଞ୍ଚଳ ଷ୍ଟେସନ ହେବାରୁ ଟ୍ରେନ ନ ରଖିବାରୁ ଚେନ୍ ପୁଲିଙ୍ଗ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here