ଯୋଗ, ପ୍ରାଣାୟାମ, କୋଭିଡ୍ – ୧୯ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
224

ଗଞ୍ଜାମ, ୨୮/୦୫/୨୦୨୦(ଟୁକୁନା ପ୍ରଧାନ ) ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯିବା ସହ ସେମାନଙ୍କୁ ଯୋଗ, ପ୍ରାଣାୟାମ, କରୋନା ଭାଇରସ ର ଭୟଭୟତା ଏବଂ କିପରି ରକ୍ଷା ପାଇବା ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି । ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ନିକଟସ୍ଥ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଠାରେ ଥିବା ସଂଗରୋଧ କେନ୍ଦ୍ରରେ ଖେଳ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ଯୋଗ, ପ୍ରାଣାୟାମ, କୋଭିଡ-୧୯ ର ଭୟଭୟତା ଏବଂ ତାହାର ନିରାକରଣ ଉପରେ ପ୍ରଶିକ୍ଷଣ ଦେଉଥିବା ବେଳେ ପ୍ରବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଅପୂର୍ବ ଆନନ୍ଦ ଲାଭ କରୁଛନ୍ତି, ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ କେ. ଭୀମରାଜୁ ପାତ୍ର,ସହକାରୀ ଶିକ୍ଷକ ପଙ୍କଜ କୁମାର ବେହେରା, ଭରତ ବେହେରା , ଅଙ୍ଗନବାଡି କର୍ମୀ, ଆଶା ଦିଦି, ସ୍ଵେଚ୍ଛାସେବୀ ମୁନା ପଣ୍ଡା, ଅର୍ଦ୍ଧେନ୍ଦୁ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ବେହେରା ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here