୬ ଜିଲ୍ଲାରେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ସମୟରେ ପରିବର୍ତ୍ତନ

0
244

 

କଟକ, ୨୮/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ୬ଟି ଜିଲ୍ଲାରେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ସମୟ ପରିବର୍ତ୍ତନ କରାଯାଇଛି । ପରୀକ୍ଷକମାନେ ସକାଳ ୭ଟା ୩୦ରୁ ୧୧ଟା ପର୍ଯ୍ୟନ୍ତ ଖାତା ଦେଖିବେ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମାର୍କ ଏଣ୍ଟ୍ରି କରାଯାଇପାରିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବଲାଙ୍ଗିର, ନୂଆପଡା, କେନ୍ଦୁଝର, କଳାହାଣ୍ଡି, ବରଗଡ ଓ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ଗ୍ରୀଷ୍ମପ୍ରବାହ ହେଉଥିବାରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି । ଅସହ୍ୟ ଗ୍ରୀଷ୍ମପ୍ରବାହ ହେଉଥିବାରୁ ଖାତା ଦେଖା ସମୟ ପରିବର୍ତ୍ତନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦକୁ ଅନୁରୋଧ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here