ଗଞ୍ଜାମ,୦୩/୦୬/୨୦୨୦(ଟୁକୁନା ପ୍ରଧାନ) – :ମାନବ ସେବା ହିଁ ମାଧବ ସେବା ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରୁ ଚିକିଟି ଯିବା ରାସ୍ତାରେ ପଦ୍ମନାଭପୁର ଗ୍ରାମ ପାଖରେ ଦୁର୍ଘଟଣା । ଚିକିଟି ବ୍ଲକ୍ ଲାଲବେଣ୍ଟା ପଞ୍ଚାୟତ ସନ୍ଧିଗାଁ ଗ୍ରାମର ଦୃଯ୍ୟ ସେଠୀ (୫୮) ସ୍ତ୍ରୀ ମଞ୍ଜରୀ ସେଠୀ (୫୧) ଦିଗପହଣ୍ଡି ରୁ ବାଇକ୍ ରେ ଗ୍ରାମ କୁ ଫେରିବା ସମୟରେ ଗାଡି ଆଗକୁ ଏକ ମେଣ୍ଢା ଆସି ଯାଇଥିଲା । ଧକ୍କାରେ ଲହୁଲୁହାଣ ଅବସ୍ଥାରେ ପଡ଼ିଥିଲେ ଦୁହେଁ ।
ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ଖବର ପାଇ ଜୟ ଜଗନ୍ନାଥ ଗ୍ରୁପ୍ ର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ ପହଞ୍ଚିଥିଲେ ଘଟଣା ସ୍ଥଳରେ ।ଦୁହିଁଙ୍କ ମୁଣ୍ଡକୁ ଓ ଗୋଡ଼ କୁ ଭୀଷଣ ଆଘାତ ଲାଗିଥିବା ହେତୁ ସଂଗେ ସଂଗେ ଦିଗପହଣ୍ଡି ସରକାରୀ ଡାକ୍ତରଖାନା ରେ ଦୁହିଁଙ୍କୁ ଭର୍ତ୍ତି କରି ଚିକିତ୍ସା କରାଈଥିଲେ । କଥାରେ ଅଛି ଯାହାର କେହିନାହିଁ ତା ପାଇଁ ଭଗବାନ ଅଛନ୍ତି , ଆଉ ଏକଥା ବି ସତ ଯେ ଭଗବାନ ପ୍ରତି ଯାଗାରେ ପହଞ୍ଚି ପାରନ୍ତିନି , ତେଣୁ କୁହାଯାଏ ନର ଦେହେ ନାରାୟଣ ।ଏମିତି ପ୍ରତ୍ୟେକ ଜାଗାରେ ସେ ବ୍ରହ୍ମପୁର ହେଉ ଅବା ଭୁବନେଶ୍ୱର, କଟକ ହେଉ ଅବା କେନ୍ଦ୍ରାପଡା,ଖୋର୍ଦ୍ଧା ହେଉ ଅବା କଳାହାଣ୍ଡି , ପୁରୀ ହେଉ ଅବା ସମ୍ବଲପୁର , ସେ ମଣିଷ ହୁଅନ୍ତୁ ଅବା କଥା କହି ପାରୁନଥିବା ପଶୁପକ୍ଷୀ ସମସ୍ତ ଙ୍କ ପାଇଁ ସେବା ର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ପହଞ୍ଚି ଯାଆନ୍ତି ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ର ସ୍ବେଚ୍ଛାସେବୀ ଭାଇ ଓ ଭଉଣୀମାନେ । କାରଣ ସେମାନେ ଠିକ୍ ବୁଝିଛନ୍ତି ଯଦି ଭାଗବାନ ଙ୍କ ସାନିଧ୍ୟ ପାଇବାର ଅଛି ତ ହେଲେ ଜୀବ ଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ହେବ ।