ଭୂବନେଶ୍ୱର,୦୪/୦୬/୨୦୨୦(ବ୍ୟୁରୋ ରିପୋର୍ଟ)ସାମାଜିକ ଦୂରତା ରଖି ନଥିବା ରୁ ଭୂବନେଶ୍ୱର
ସାଂସଦ ଅପରାଜିତା ଷଡଙ୍ଗୀ ଦେଲେ ଫାଇନ୍ । ସୋସିଆଲ ଡିଷ୍ଟାନ୍ସିଂ ନିୟମ ଉଲଂଘନ ଅଭିଯୋଗରେ ଜରିମନା ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଦଳୀୟ ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ୧୦୦ ଟଙ୍କା ଗଣିଛନ୍ତି ସେ । ସାଂସଦ ଅପରାଜିତା ଷଡଙ୍ଗୀ
ଙ୍କ ବିରୋଧରେ ଏତଲା । ନିଜ ଜନ୍ମଦିନରେ ଅପରାଜିତା ସାମାଜିକ ଦୂରତା ନିୟମ ପାଳିନଥିବା ଅଭିଯୋଗ । କିଛି ସମର୍ଥକଙ୍କ ସହ ସାମାଜିକ ଦୂରତା ନିୟମ ଭାଙ୍ଗି ଫଟୋ ଉଠାଇଥିଲେ । ପରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଲେ ଯୋଗେଶ ଚନ୍ଦ୍ର ଜେନା ଓ ମଲ୍ଲିକ ସମିମ ଅଖତର। ଷଡଙ୍ଗୀ ଲୋକଙ୍କ ଆବେଗକୁ ସମ୍ମାନ ଜଣାଉଛନ୍ତି, ଏହା ଭଲ ଲକ୍ଷଣ ବୋଲି ଟ୍ୱିଟ କରି ଜଣାଇଲେ ; କାଲି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ; ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।