ସଂକ୍ରମଣ ରୋକିବାକୁ ସମଗ୍ର ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ନିବେଦନ

0
133

 

ଭୂବନେଶ୍ୱର, ୦୪/୦୬/୨୦୨୦
(ବ୍ୟୁରୋ ରିପୋର୍ଟ)

ମାନ୍ୟବର ମୁଖ୍ୟମନ୍ତ୍ରୀ ନିବେଦନ କରି କହିଛନ୍ତି ଯେ, ଗତ ୨ ମାସ ହେବ ଆମେ ସମସ୍ତେ ‘କରୋନା’ ସହ ଲଢ଼େଇ କରୁଛୁ । ଆଗକୁ ଆମକୁ ଆହୁରି ସଚେତନ ହେବାକୁ ପଡ଼ିବ । କଟକଣା କୋହଳ ହୋଇଗଲା ତା ମାନେ ଏଇଆ ନୁହେଁ ଯେ, କରୋନା ଚାଲିଗଲା ସଚେତନ ହୁଅନ୍ତୁ ଭୁଲ୍ କରନ୍ତୁ ନାହିଁ।
ଏହା ସହିତ ରାଜ୍ୟବାସୀଙ୍କୁ ନିବେଦନ କରି କହିଛନ୍ତି ଯେ,ଆଗାମୀ ୨୫ ଦିନ ଆମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ।
କରୋନା ଭିତରେ ଜୁନ୍ ୧୦ରୁ ମୌସୁମୀ ବର୍ଷା ଆରମ୍ଭ ହେବାର ସୂଚନା ଅଛି,ଏହି ସମୟରେ ଥଣ୍ଡା, ଜର, କାଶ ଦେଖା ଦେଇଥାଏ । ତେଣୁ ଏହି ୨୫ ଦିନ ଅଧିକ ସତର୍କ ରହିବାକୁ ହେବ ।
ସମସ୍ତ ଓଡ଼ିଶାବାସୀଙ୍କ ସୁରକ୍ଷା ମୋର ପ୍ରଥମ ଦାୟିତ୍ବ । ତେଣୁ ଜୁନ୍ ମାସ ସାରା ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟଡାଉନ୍ ହେବ ।
ଜୁନ୍ ମାସରେ ସପ୍ତାହକୁ ୨ଦିନ, ମାସକୁ ୮ଦିନ ସଟଡାଉନ୍ ସହ ରାତ୍ରିକାଳୀନ କର୍ଫ୍ୟୁ ମାନିବାକୁ ପଡିବ।
ଜୁନ୍‌ ମାସରେ ସଟଡାଉନ୍ ୮ଦିନ ଏବଂ ପ୍ରତିଦିନ ରାତି ୭ରୁ ଭୋର ୫ ପୁରା ୧୦ଘଣ୍ଟା କର୍ଫ୍ୟୁ ମାନିବା ଅର୍ଥାତ୍ ୩୦ ଦିନରେ ୩୦୦ ଘଣ୍ଟାର କର୍ଫ୍ୟୁ ସହିତ ୮ଦିନ ସଟଡାଉନ୍ ନିୟମ ମାନି ଜୁନରେ ଆମେ ମୋଟ୍ ୧୭ ଦିନ ଘରେ ରହି କରୋନା ସଂକ୍ରମଣ ଠାରୁ ଦୂରରେ ରହିବl l

LEAVE A REPLY

Please enter your comment!
Please enter your name here