ପୁଣି ବୁଗୁଡା ବ୍ଲକରୁ ଦୁଇ ପଜିଟିଭ ଚିହ୍ନଟ

0
141

 

ବୁଗୁଡା,୧୭/୦୬/୨୦୨୦:ବୁଗୁଡା ବ୍ଲକରେ ପୁଣି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣା ପଡ଼ିଛି। ସେଦୁଇ ଜଣଙ୍କ ମଧ୍ୟରୁ ଜଣେ ଶିକ୍ଷକ ଥିବା ବେଳେ ସେ ମୋଟାବାଡି ପଞ୍ଚାୟତର ଏକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଅନ୍ୟ ଜଣକ ତାମିଲନାଡୁରୁ ଫେରି ମାଣିତରା ପଞ୍ଚାୟତର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ବେଳେ ଲକ୍ଷଣ ଦେଖା ଦେବାପରେ ବ୍ରହ୍ମପୁର ପଠା ଯାଇଥିଲା। ସେଠାରେ ସ୍ଲାବ ଟେଷ୍ଟରେ ପଜିଟିଭ ବାହାରିଥିବା ଜଣାପଡିଛି। ବୁଗୁଡା ବ୍ଲକରେ ଏହି ଦୁଇ ଜଣଙ୍କୁ ମିଶାଇ ତିନିଜଣଙ୍କ ପଜିଟିଭ ବାହାରିଥିବା ଜଣାପଡିଛି। ଏହା ଫଳରେ ବୁଗୁଡା ବ୍ଲକର ଜନସାଧାରଣ ସମ୍ପୂର୍ଣ୍ଣ ସଚେତନ ରହିବା ନିହାତି ଜରୁରୀ ହୋଇପଡ଼ିଛି।

ରିପୋର୍ଟ: ଅନିଲ୍ କୁମାର ମହାରଣା

LEAVE A REPLY

Please enter your comment!
Please enter your name here