କରୋନା ସଂକ୍ରମଣ ର ଜଟିଳତା ରେ ସାନଖେମୁଣ୍ଡି ।ଆବଦ୍ଧ ଅଞ୍ଚଳ ଘୋଷଣା ପ୍ରତୀକ୍ଷାରେ କଙ୍କୋରଡ଼ା ଓ ଆଡପଡା ପଞ୍ଚାୟତ ସଂଲଗ୍ନ ଅଞ୍ଚଳ ।

0
113

 

ବ୍ରହ୍ମପୁର, ୨୦/୦୬/୨୦୨୦(ବ୍ୟୁରୋ ରିପୋର୍ଟ)
ରାଜ୍ୟ ସରକାରଙ୍କ ଲୋଭିଡ୍ – ୧୯ କାର୍ଯ୍ୟକ୍ରମ ଅନ୍ତର୍ଗତ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ନିରୋଧି ପର୍ଯ୍ୟାଲୋଚନାରେ ସାନଖେମୁଣ୍ଡି ପ୍ରଶାସନର ତ୍ୱରିତ ପଦକ୍ଷେପ ସଫଳତା ଆଣିଥିଲେ ମଧ୍ୟ ଅଞ୍ଚଳ ଭିତ୍ତିରେ ସାଧାରଣ ସଚେତନତା ଅଭାବ କାରଣରୁ ଏହାର ପ୍ରତିକୂଳ ପ୍ରଭାବ ଅନୁଭୂତ ହୋଇଅଛି ।ପ୍ରଶାସନ ପକ୍ଷରୁ ସମନ୍ୱୟ ଭାବ ସହ ସମସ୍ତ ବିଭାଗ କର୍ମଚାରୀଙ୍କ ସହିତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ତ୍ରୁଟି ଶୂନ୍ୟ କାର୍ଯ୍ୟକ୍ରମର ପରିଚାଳନା ଯୋଗୁଁ ସରକାରୀ ସାଙ୍ଗରୋଧା କେନ୍ଦ୍ରରେ ପ୍ରବାସୀ ଫେରନ୍ତା ଙ୍କ ଏକାନ୍ତ ବାସ ଓ ଖାଦ୍ୟ ପାନୀୟର ସୁ ବନ୍ଦୋବସ୍ତ ,ପରିବହନ ,ସ୍ବାସ୍ଥ୍ୟ ପରୀକ୍ଷା ଆଦି ବ୍ୟବସ୍ଥିତ ଥିଲା ।ପରମୁହୂର୍ତରେ ସ୍ଥାନୀୟ ପଞ୍ଚାୟତ ତଥା ଗ୍ରାମ ଭିତ୍ତିରେ ପ୍ରବାସୀଙ୍କୁ ସଂଗରୋଧରେ ରଖିବାର ବ୍ୟବସ୍ଥାରୁ ସବୁ ଅଙ୍କ ଭୂଲ୍ ହେଇଗଲା ଭଳି ଅବସ୍ଥା ଉପୁଜିଥିଲା ।ନିଜ ଗ୍ରାମ ତଥା ପଞ୍ଚାୟତରେ ପ୍ରବାସୀ ଫେରନ୍ତା ଙ୍କୁ ସଂଗରୋଧରେ ରଖାଯିବା କାରଣରୁ ଆତ୍ମୀୟ ସ୍ୱଜନ ଓ ବନ୍ଧୁବର୍ଗଙ୍କ ଅବାଧ ମିଳାମିଶା କରିବା ,ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଅଣଦେଖା କାରଣରୁ ସଂକ୍ରମଣ ଲକ୍ଷଣ ସଂଗରୋଧ କେନ୍ଦ୍ର ବାହାରକୁ ବ୍ୟାପିଥିବା ସନ୍ଦେହ ବଢିଥିଲା ।
ଏହି ସ୍ଥିତିରେ ବ୍ଲକ ଅଧୀନ କଙ୍କୋରଡା ଜନଗହଳି ମୁଖ୍ୟରାସ୍ତା ରେ ଥିବା ଷ୍ଟେଟ ବ୍ୟାଙ୍କ୍ ଶାଖା ସମ୍ମୁଖ ଓ ଆଖପାଖ ରେ ପାଞ୍ଚଜଣ ଚାହା ଦୋକାନୀଙ୍କୁ ଥଣ୍ଡା କାଶ,ଜ୍ଵର ସହିତ ଲଗାତାର ସର୍ଦ୍ଦି ରହିବାରୁ ସେମାନେ ନିଜେ କଭିଡ୍ ହସ୍ପିଟାଲ୍ ସିତଲା ପଲ୍ଲି ରେ ପରୀକ୍ଷା କରାଇ ସ୍ଵାବ ପରୀକ୍ଷଣ କରିଥିଲେ ।ସେମାନଙ୍କ ମଧ୍ୟରୁ ଜଣଙ୍କ ଠାରେ ସଂକ୍ରମଣ ପାଜିଟିଭ୍ ରହିଥିବା କାରଣରୁ ଏହି ଗ୍ରାମ ସଂଗରୋଦ୍ଧ କେନ୍ଦ୍ର ବାହାରେ ସଂକ୍ରମିତ ସ୍ପଷ୍ଟ ହୋଇଥିଲା ।ପ୍ରଶାସନ ସଂକ୍ରମିତ ବ୍ୟକ୍ତିଙ୍କୁ ହିଞ୍ଜିଳି କାଟୁ କୋଭିଡ୍ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ କୌଡିଆ ପଞ୍ଚାୟତର ବଉଳଘାଇ ଅଙ୍ଗନୱାଡ଼ି କେନ୍ଦ୍ର ସହାୟିକାଙ୍କ ଠାରେ କରୋନା ଲକ୍ଷଣ ପୋଜିଟିଭ୍ ବାହାରିବା ସହିତ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନୈକ କର୍ମଠ ଫାର୍ମାସିଷ୍ଟ ଙ୍କ ଠାରେ ମଧ୍ୟ କରୋନା ପୋଜିଟିବ ବାହାରିବା ଅଂଚଳରେ ସଂକ୍ରମଣ ନେଇ ଆଶଙ୍କା ସୃଷ୍ଟି କରିଅଛି ।
ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀ ଅମିତ କୁମାର ନାୟକ ,ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ସାମ୍ପ୍ରତିକ ସ୍ଥିତି ଉପରେ ସ୍ଵତନ୍ତ୍ର ନଜର ରଖିଥିବା ବେଳେ ଏଥିନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପଳଙ୍କୁ ଅବଗତ କରିଥିବା ମଧ୍ୟ ସୂଚନା ମିଳିଛି ।ଗତକାଲି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଆକସ୍ମିକ ସାନଖେମୁଣ୍ଡି ଗସ୍ତ ସହ ବିଡ଼ିଓ ଙ୍କ ସହ ନିଭୃତ ଆଲୋଚନା ସହିତ ଅପରାହ୍ନରେ ବ୍ରହ୍ମପୁର ଉପଜିଲ୍ଲାପାଳ ମହୋଡ଼ୟଙ୍କ କଙ୍କୋରଡ଼ା ଓ ଆଡପଡା ପଞ୍ଚାୟତ ସଂଗରୋଧା କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରିଥିବାରୁ ଆସନ୍ତା ସମୟରେ ପ୍ରଶାସନ ପକ୍ଷରୁ କିଛି ସମୟୋଚିତ ପଦକ୍ଷେପ ଗ୍ରହଣ କରାଯିବାର ଆଶଙ୍କା ପ୍ରକାଶ ପାଇଅଛି ।ଫଳ ସ୍ୱରୂପ ସଂକ୍ରମଣ ଚିହ୍ନଟ ଅଞ୍ଚଳକୁ ଆବଧାଞ୍ଚଳ ଘୋଷଣା କରିବାର ସମ୍ଭାବନା ସହ କୋଉଡ଼ିଆ, କଙ୍କୋରାଡ଼ା ଓ ଆଡପଡା ପଞ୍ଚାୟତକୁ ଆବଧଞ୍ଚଳ ଘୋଷଣାର ବିକଳ୍ପ ନଥିବା ବୁଦ୍ଧିଜୀବୀ ମହଲାରେ ଆଲୋଚନା ହେଉଅଛି ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here