ଗଜପତିରେ ଆଜି ପୁଣି ନୂଆ ୪୧ ଜଣ କରୋନା ପଜିଟିଭ୍

0
294

ପାରଳାଖେମୁଣ୍ଡି, ୨୩/୦୬/୨୦୨୦:ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୪୧ ଜଣ କରୋନା ପଜିଟିଭ୍ ଆକ୍ରାନ୍ତକାରୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ବିଭିନ୍ନ ପର୍ଯ୍ୟ।ୟରେ ଜିଲ୍ଲାରେ ୨୩୮ ଜଣ କରୋନା ପଜିଟିଭ୍ ଆକ୍ରାନ୍ତକାରୀ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଥିବା ଏହି ୪୧ ଜଣ କରୋନା ପଜିଟିଭ୍ କୁ ମିଶାଇ ମୋଟ ଆକ୍ରାନ୍ତକାରୀଙ୍କ ସଂଖ୍ୟା ୨୭୯ ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା ୪୧ ଜଣ କରୋନା ପଜିଟିଭ୍ ,ଆକ୍ରାନ୍ତକାରୀଙ୍କ ମଧ୍ୟରୁ ୩୪ ଜଣ ଗୋସାଣି ବ୍ଲକର , ୫ ଜଣ ମୋହନା ବ୍ଲକର , ଜଣେ ଆର: ଉଦୟଗିରି ବ୍ଲକ ଏବଂ ଜଣେ ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳର । ଏମାନଙ୍କ ମଧ୍ୟରେ ୨୮ ଜଣ ପୁରୁଷ ରହିଥିବା ବେଳେ ୧୩ ଜଣ ମହିଳା ଅଛନ୍ତି । ଏମାନେ ଗତ ମଇ ମାସ ଏବଂ ଚଳିତ ମାସର ବିଭିନ୍ନ ଦିନରେ , ତାମିଲନାଡୁ , ଆନ୍ଧ୍ର , ତେଲେଙ୍ଗାନା , କର୍ଣ୍ଣାଟକ ଓ ମହାରାଷ୍ଟ୍ର ଅଞ୍ଚଳରୁ ରାଜ୍ୟ ଅଂଚଳରୁ , ଗଜପତି ଜିଲ୍ଲାର ସୀମାନ୍ତରେ ଥିବା ଭିନ୍ନ ଭିନ୍ନ ନାକା ଗେଟ ଦେଇ ଆସିଥିଲେ । ନାକା ଗେଟ ଠାରେ ସେମାନେ ପହଂଚିବା ପରେ ସେଠାରେ ସେମାନଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ଥର୍ମାଲ ପରୀକ୍ଷା କରାଯାଇ ଜିଲ୍ଲାର ଗୋସାଣି , ମୋହନା ଓ ରା: ଉଦୟଗିରି ବ୍ଲକରେ ରହିଥିବା ଭିନ୍ନ ଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଥିଲା ଏହି ୪୧ ଜଣ କରୋନା ପୋଜିଟିଭ ଆକ୍ରାନ୍ତକାରୀ ମାନଙ୍କ ମଧ୍ୟରୁ ୨୮ ଜଣ କରେଂଟାଇନ କେନ୍ଦ୍ରରୁ , ୩ ଜଣ କରେଂଟାଇନ କେନ୍ଦ୍ରରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ସ୍ୱାସ୍ଥ୍ୟ ବିଭାଗର ଏକ୍ଟିଭ ସର୍ଭିଲାନ୍ସ ଦ୍ୱାରା ଘରକୁ ଘର ଯାଇ କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କଲାବେଳେ ଚିହ୍ନଟ ହୋଇଥିଲେ , ୮ ଜଣ କଣ୍ଟେନମେଣ୍ଟ ଯୋନରୁ ଏବଂ ଜଣେ ଆକ୍ଟିଭ ସର୍ଭିଲାନ୍ସ ଦ୍ୱାରା ଏବଂ ଜଣେ ପାରଳାଖେମୁଣ୍ଡିର ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଆସି ଚିହ୍ନଟ ହୋଇଥିଲେ । କରୋନା ଲକ୍ଷଣ ଦେଖାଯିବା ପରେ ଗତ ୧୯ ଓ ୨୧ ତାରିଖ ଦିନ ଏମାନଙ୍କ ସ୍ୱାବ ନମୁନା ସଂଗ୍ରହ କରା ଯାଇ ପରୀକ୍ଷାଗାରକୁ ପଠା ଯାଇଥିଲା ।
ତେବେ ପରୀକ୍ଷାଗାରରୁ ସେହି ୪୧ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କୁ ଜିଲ୍ଲାର ରାଜ-ସୀତାପୁର ସ୍ଥିତ କୋଭିଡ କେୟାର ହସପିଟାଲକୁ ଚିକିତ୍ସ୍ୟ। ପାଇଁ ପଠାଇ ଦିଆଯାଇଛି । ସେଠାରେ ସେମାନଙ୍କ ଚିକିତ୍ସ୍ୟ। ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ବୋଲି ଜିଲ୍ଲାପାଳ ଅନୁପମ ଶାହା ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି ।

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here