ଏ.କେ ଗୁଡ଼ି କ୍ରସରର ମନମୁଖୀ କାର୍ଯ୍ୟ, ପ୍ରଦୂଷଣରେ ବଳୟ ସାଜୁଛି କୁକୁଡାଖଣ୍ଡି ରାସ୍ତା

0
265

 

ବାଲିପଡ଼ା,୨୭/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ପ୍ରଦୂଷଣର ବଳୟ ସୃଷ୍ଟି କରୁଛି ଗୁଡ଼ି କ୍ରସର ଯାହାର ପ୍ରଭାବ ଉଦ୍ଭିଦ ଜଗତ ସହ ସିଧାସଳଖ ମନୁଷ୍ୟ ସମାଜ ଉପରେ ପଡ଼ୁଚି I ବର୍ତ୍ତମାନ କରୋନା ଭୟାଭୟତାକୁ ଦୃଷ୍ଟିରେ ରଖି ସରକାର ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେଉଚନ୍ତି I କିନ୍ତୁ କିଛି ହାତଗଣତି ନିୟମ ଖିଲାପ କାରୀଙ୍କ ପାଇଁ ବିପଦ ମୁଖକୁ ଆସୁଚି ପୁରା ଅଞ୍ଚଳ I ଏହିଭଳି ଏକା ଦୃଶ୍ୟ ଦେଖିବାକୁ ମିଳୁଚି କୁକୁଡାଖଣ୍ଡି ଓ ବାଇଗଣବାଡ଼ି ରାସ୍ତା ମଧ୍ୟରେ ଥିବା ଗୁଡ଼ି କ୍ରସରରୁ I ଦିନ ଦ୍ବିପ୍ରହରରେ କୁତ୍ରିମ ଆକାଶର ବଳୟ ସୃଷ୍ଟି କରିଚି ଏ.କେ.ଏସୋସିଏଟ ନାମରେ ଏକ ଗୁଡ଼ି କ୍ରସର I ପାଖାପାଖି ତିନି କିଲୋମିଟର ବ୍ୟାପି ଏକ ଧୂଳିର ବଳୟ ସୃଷ୍ଟି କରିଚି ଏହି କାରଖାନା ନିକଟରେ ଥିବା ସମସ୍ତ ବୃକ୍ଷ ଗୁଡ଼ିକ ଧୂଳି ଧୂଷରରେ ଭରି ହୋଇଯାଇଥିବାବେଳେ ଉକ୍ତ ରାସ୍ତା ସିଧାସଳଖ କୁକୁଡାଖଣ୍ଡି ମୁଖ୍ୟାଳୟ ସହ ଜଡିତ ହୋଇଥିବା କାରଣରୁ ପ୍ରତିଦିନ ଶତାଧିକ ଲୋକ ବିଭିନ୍ନ ସରକାରୀ କାଯ୍ୟଳୟକୁ ଯିବା ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଚନ୍ତି I ଯାହାଫଳରେ ମୁଖ୍ୟରାସ୍ତା କଡରେ ଥିବା ଗୁଡ଼ିକ୍ରସର ଲୋକଙ୍କ ଶରୀରକୁ ଧୂଳି ଧୂସରରେ ଭରି ଦେଉଛି I ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ ଉକ୍ତ ସଂସ୍ଥାର ମନମାନି କାରଣରୁ ଲୋକେ ଅତିଷ୍ଟ ହୋଇଗଲେଣି I ଅନ୍ୟପକ୍ଷରେ ଏହି ପ୍ରଦୂଷଣ ପ୍ରାକୃତିକ ସମ୍ପଦକୁ ମଧ୍ୟ ବେଶ କ୍ଷତି ପହଞ୍ଚାଉଚି ଲକ୍ଷ ଲକ୍ଷ ଟଙ୍କା ବେୟରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସରକାର ରାସ୍ତାକଡ଼ରେ ଅତି ମୂଲ୍ୟବାନ ବୃକ୍ଷ ରୋପଣ କରିଥିଲେ ଏହି ପ୍ରଦୂଷଣ କାରଣରୁ ଗଛ ଗୁଡିକ ବର୍ଷା ଦିନରେ ମଧ୍ୟ ପତ୍ରଝଡା ପରିସ୍ଥିତି ଦେଖାଦେଲଣି ଏବଂ ଅନେକ ଗଛ ଝାଉଁଳି ମଧ୍ୟ ଗଲାଣି I ଏ.କେ ଗୁଡ଼ି କ୍ରସର ଉପରେ ପ୍ରଶାସନିକ ସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି I

LEAVE A REPLY

Please enter your comment!
Please enter your name here