ଗଜପତି : ଜିଲ୍ଲାରେ ତିନି ଦିନ ସଟଡାଉନ୍

0
278

 

ପାରଳାଖେମୁଣ୍ଡି,୨୮/୦୬/୨୦୨୦(ପ୍ରଭାତ କୁମାର ପାତ୍ର) ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ମେ ୨୩ଠାରୁ ଆଜି ମଧ୍ୟରେ ୪୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।
ବିଶେଷ କରି ଜୁନ ୧୭ତାରିଖ ଠାରୁ ଆଜି ମଧ୍ୟରେ ୩୨୧ଜଣ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ଚିନ୍ତାକୁ ବଢାଇଛି । ତେଣୁ ଏଥିରେ ରୋକ ଲଗାଇବା ପାଇଁ ରବିବାର ଠାରୁ ୩ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।ଲଗାତାର ବଢୁଛନ୍ତି ସଂକ୍ରମିତ, ଗଜପତିରେ ୩ ଦିନିଆ ସଟଡାଉନ ଘୋଷଣାତେବେ ହଟସ୍ପଟ ହୋଇଥିବା ଗୋଷାଣୀ, ଗୁମ୍ମା , କାଶିନଗର ବ୍ଳକର ରାଣିପେଣୃ ଏବଂ ପାରଳାଖେମୁ୍ଣ୍ଡି ସହରରେ ଏହି ୩ଦିନ ସଟଡାଉନ ବଳବତ୍ତର ରହିବ । ସ୍ବାସ୍ଥ୍ୟ ସେବା ଏବଂ ଦୁଗ୍ଧ ବିକ୍ରୀକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ଓ ବ୍ୟବସାୟ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି । ସେହିପରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ କୌଣସି ଲୋକଙ୍କୁ ଆସିବା ପାଇଁ ଅନୁମତି ନାହିଁ ।ଏହାକୁ ଦୃଷ୍ଟିରେ ରଖି ରବିବାର ସକାଳ ଠାରୁ ପାରଳାଖେମୁଣ୍ଡି ସହର ସମେତ ଅନ୍ୟ ୨ ବ୍ଲକରେ ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ସଟଡାଉନ୍ ଘୋଷିତ ସମସ୍ତ ଅଞ୍ଚଳର ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ କରାଯିବା ସହ ଯାଞ୍ଚ କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here