ସଟଡ଼ାଉନରେ ଚାଲିଥିବା ଦିଗପହଣ୍ଡିର ଜନତା ହୋଟେଲ କୁ ସିଲ କଲା ଦିଗପହଣ୍ଡି ସ୍ଥାନୀୟ ପ୍ରଶାସନ

0
306

 

ଦିଗପହଣ୍ଡି,୦୫/୦୭/୨୦୨୦: କରୋନା ସଂକ୍ରମଣର ଗଞ୍ଜାମ ଜିଲ୍ଲାର ଅହେତୁକ ପ୍ରାଦୁର୍ଭାବ ଜିଲ୍ଲା ପ୍ରଶାସନର ନିଦ ହଜାଇଥିବ ବେଳେ ଜିଲ୍ଲାପାଳଙ୍କ ଦ୍ଵାରା ଚଳିତ ପହିଲା ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଵତନ୍ତ୍ର ସାଟ୍ ଡାଉନ୍ ଧାରା ବଳବତ୍ତର ରହିଅଛି ।ସାଧାରଣ ସାମାଜିକ ଦୂରତା ରକ୍ଷା ନେଇ ହୋଟେଲ୍ ବଜାର ବନ୍ଦ କରାଯିବା ନେଇ ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଥିଲେ ମଧ୍ୟ ସ୍ଥଳ ବିଶେଷରେ ଏହାର ଉଲଂଘନ ହେଉଥିବା ନେଇ ବହୁ ଅଭିଯୋଗ କାରଣରୁ ଦିଗପହଣ୍ଡି ସ୍ଥାନୀୟ ପ୍ରଶାସନ ପକ୍ଷରୁ ତପ୍ତରତା ଦେଖାଯାଇଛି ।ଏହି କ୍ରମରେ ଆଜି ଦିଗପହଣ୍ଡି ତହସିଲଦାର ଶ୍ରୀ ଆଦିତ୍ୟ କୁମାର ସ୍ବାଇଁ ,ବିଡ଼ିଓ ଶ୍ରୀ ହଳଧର ଶବର ମିଳିତ ଭାବେ ସହରରେ ଚାଲୁଥିବା ବ୍ୟବସାୟିକ ଅନୁଷ୍ଠାନ ଉପରେ ସ୍ଵତନ୍ତ୍ର ଚଢ଼ାଉ କରିଥିବା ବେଳେ ବସ୍ ଷ୍ଟାଣ୍ଡ ସ୍ଥିତ ପ୍ରମୂଖ ଜନତା ହୋଟେଲ କୁ କୋଭିଡ ନିୟମ ଉଲଂଘନ କାରଣରୁ ସିଲ୍ କରିଥିବା ଜଣାଯାଇଛି ।ହୋଟେଲ୍ ସିଲ୍ କଲାବେଳେ ମାଲିକ ଭି.ରବିନାରାୟଣ ରାଜୁ ଅନୁପସ୍ଥିତ ଯୋଗୁଁ ଯୋଗାଯୋଗ ପରେ ସେ କରୋନା ସଂକ୍ରମଣ ସଙ୍କଟ ଅବଧିରେ ବ୍ୟବସାୟରେ କ୍ଷତି କାରଣ ଓ କର୍ମଚାରୀଙ୍କ ସମୂହ ଛୁଟି ଯୋଗୁଁ ହୋଟେଲ୍ ସମ୍ପୂର୍ଣ୍ଣ ବନ୍ଦ କରିଥିବା ପ୍ରକାଶ କରିଥିଲେ ।ଏଣୁ ସେ କୌଣସି ପ୍ରକାର କୋଭିଡ୍ ନିୟମ ଉଲଂଘନ କରି ବ୍ୟବସାୟ କରିନଥିବା ପ୍ରକାଶ କରିଥିଲେ। ଅନ୍ୟ ସୂତ୍ରରେ ବ୍ଲକ ଅଞ୍ଚଳରେ ଚାଲିଥିବା କିଛି କୋରେନଣ୍ଟାଇନ ସେଣ୍ଟର ଅନ୍ତେବାସୀଙ୍କ ରନ୍ଧା ଖାଦ୍ୟ ଯୋଗାଣ ପାଇଁ କିଛି ସଂଗରୋଧ କେନ୍ଦ୍ର ପରିଚାଳକ ପାର୍ସଲ ନେବାକୁ ଅସିଥିବା ବେଳେ ଏହାକୁ ରାଜନୈତିକ ମନ୍ଦ ଉଦ୍ଧେଶ୍ୟ ଭାବେ ସିଲ୍ କରାଯାଇଥିବା ପ୍ରତିକ୍ରିୟା ରଖିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ହୋଟେଲ ମାଲିକ ଶ୍ରୀ ରାଜୁ ଦିଗପହଣ୍ଡି ଅଞ୍ଚଳ ର ର ଜଣେ ଜଣାସୁଣା ରାଜନେତା ଏବଂ ଦିଗପହଣ୍ଡି N.A.C ର ପୁର୍ବତନ ଚେୟାରମେନ୍ ଭାବେ ସ୍ଵତନ୍ତ୍ର ପରିଚିତି ରହିଅଛି । ଡାଟା ସମୟରେ ଶାସକ ବିରୋଧୀ ଭାବେ ବିଧାୟକ ପଦ ଲଢ଼ିଥିଲେ ।ସମୟକ୍ରମେ ସେ ବି.ଜେ.ଡି ରେ ଯୋଗ ଦେଲା ପରଠାରୁ ଦିଗପହଣ୍ଡି ବିଜେଡ଼ିରେ ନିଜ ଗୋଷ୍ଠୀର ପଲା ଭାରି କାରଣରୁ ବିପକ୍ଷ ଗୋଷ୍ଠୀଙ୍କ ଦ୍ଵାରା ପ୍ରଶାସନ ଠାରେ ଅଭିଯୋଗ କରାଇ ଆକ୍ରୋଶ ମୁଳକ ଭାବେ ପ୍ରଶାସନ ଦ୍ଵାରା ଏହା କରାଯାଇଥିବା
ଜନସାଧାରଣରେ ଚର୍ଚା ହେଉଛି।

ରିପୋର୍ଟ: କ୍ରିଷ୍ଣା ରେଡ୍ଡୀ

LEAVE A REPLY

Please enter your comment!
Please enter your name here