ଋତୁ ଅନୁସାରେ ଲକ୍ଷଣ ବଦଳାଉଛି କରୋନା: ରୋଗୀଙ୍କ ମଧ୍ୟରେ ଏବେ ଦେଖାଦେଉଛି ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧାର ନୂଆ ଲକ୍ଷଣ

0
287

 

ନୂଆଦିଲ୍ଲୀ,୦୫/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଦିନକୁ ଦିନ ନିଜର ରୂପ ଓ ଲକ୍ଷଣ ବଦଳାଉଛି କରୋନା | ପୂର୍ବରୁ କରୋନା ରୋଗୀଙ୍କ ମଧ୍ୟରେ ଶରୀରର ତାପମାତ୍ରା ବଢିବା, ନିଶ୍ୱାସ ନେବାରେ ସମସ୍ୟା ହେବା, କାଶ ହେବା ଭଳି ଲକ୍ଷଣ ଦେଖା ଯାଉଥିବା ବେଳେ ଏବେ କରୋନା ରୋଗୀଙ୍କ ମଧ୍ୟରେ ନୂତନ ଲକ୍ଷଣ ଦେଖାଦେବା ଆରମ୍ଭ ହୋଇଛି | ଆଗରୁ କରୋନା ଭୂତାଣୁ ଫୁସଫୁସକୁ ଆକ୍ରମଣ କରୁଥିବା ବେଳେ ଏବେ ତାହା ପେଟକୁ ସଂକ୍ରମିତ କରୁଛି, ଯାହାଦ୍ୱାରା ଏବେ ରୋଗୀଙ୍କ ମଧ୍ୟରେ ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧାର ଲକ୍ଷଣ ଦେଖା ଦେଉଛି | ଏ ନେଇ ହାଇଦ୍ରାବାଦର ଚେଷ୍ଟ ଆଣ୍ଡ କିଙ୍ଗ କୋଟି ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତି | ଡାକ୍ତରଙ୍କ କହିବା ମୁତାବକ, ନୂତନ ଲକ୍ଷଣ ଯେମିତିକି ଡାଇରିଆ, ମୁଣ୍ଡବିନ୍ଧା ଏବଂ ବାନ୍ତି ରୋଗୀଙ୍କ ନିରାକରଣ ଏବଂ ଚିକିତ୍ସା ପ୍ରକ୍ରିୟାରେ ବିଳମ୍ବ କରୁଛି | ଏହି ନୂଆ ଲକ୍ଷଣ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି | ଏହା ସହ କିଛି ଡାକ୍ତର ସୂଚାଇ ଦେଇଛନ୍ତି ଯେ, ନୋଭେଲ କରୋନାଭାଇରସ୍ ନିଜର ବଞ୍ଚିବାକୁ ନିଶ୍ଚିତ କରିବା ପାଇଁ ଋତୁ ଅନୁଯାୟୀ ନିଜର ଜେନୋମିକ୍ ଗଠନକୁ ପରିବର୍ତ୍ତନ କରୁଛି। ଭୂତାଣୁ ଏବେ ଆଗ ପରି ଫୁସଫୁସକୁ ଆକ୍ରମଣ ନକରି ବର୍ଷ ଋତୁ ଅନୁଯାୟୀ ପେଟକୁ ଆକ୍ରମଣ କରୁଛି | ଯାହାଦ୍ୱାରା କରୋନା ରୋଗୀଙ୍କ ମଧ୍ୟରେ ଡାଇରିଆ, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି | ଏଭଳି ଖବର ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି | କିଛି ଲୋକ ପେଟ ଖରାପକୁ କରୋନା ଲକ୍ଷଣ ବୋଲି ନଭାବି ମୃତ୍ୟୁମୁଖରେ ପଡୁଥିବା କହିଛନ୍ତି ଡାକ୍ତର |

LEAVE A REPLY

Please enter your comment!
Please enter your name here