ଗଞ୍ଜାମ,୦୬/୦୭/୨୦୨୦ ( ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ କରୋନା ସଂଙ୍କ୍ରମଣ କୁ ନେଇ ପଜେଟିଭ୍ ଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିକୁ ଅତି ଗୁରୁତର ସହ ନେଇ ପୋଲସରା ବ୍ଲକ ମଥୁରା ପଞ୍ଚାୟତକୁ ସରପଞ୍ଚ ପ୍ରଦୀପ କୁମାର ନାୟକ ଜିଲ୍ଳାପାଳ କ୍ଷମତା ପ୍ରୟୋଗ କରି ଆଜି ରାତ୍ର ୧୦ ଘଣ୍ଟା ଠାରୁ ଜୁଲାଇ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ସଂପୃକ୍ତ ପଞ୍ଚାୟତ କୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ମଥୁରା ପଞ୍ଚାୟତରେ ୭ ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗ୍ରାମରେ ଥିବା ଷ୍ଟେଟବ୍ୟାଙ୍କ ରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା । ଯାହାକୁ ନେଇ ଗୋଷ୍ଠୀ ସଂଙ୍କ୍ରମଣ ଆଶଙ୍କା କରି ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ଓ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଙ୍କ ସହ ଆଲୋଚନା କ୍ରମେ ମଥୁରା ପଞ୍ଚାୟତ କୁ ଆସନ୍ତା ଏକ ସପ୍ତାହ ଧରି ସଂପୂର୍ଣ୍ଣ ପଞ୍ଚାୟତ କୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ପ୍ରଦୀପ କୁମାର ନାୟକ ।