ସଂସ୍କୃତି ପୁରୁଷ ବଟକୃଷ୍ଣ ପାତ୍ରଙ୍କ ବିୟୋଗରେ ଶୋକସଭା

0
297

 

ବ୍ରହ୍ମପୁର,୦୬/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଓଡ଼ିଶୀ ସଂସ୍କୃତିର ଏନ୍ତୁଡ଼ିଶାଳ ପାରଳାଖେମୁଣ୍ଡି ସହରର ଜନୈକ ସଂସ୍କୃତି ପୁରୁଷ ମଞ୍ଚରତ୍ନ ବଟକୃଷ୍ଣ ପାତ୍ରଙ୍କ ଚଳିତ ମାସ ଚାରି ତାରିଖ ମଧ୍ୟାହ୍ନରେ ହୃଦ୍ଘାତ ଜନିତ ମାତ୍ର ୭୦ ବର୍ଷ ବୟଃକ୍ରମରେ ଅକାଳ ବିୟୋଗ ଘଟିଛି । ପେଶାରେ ଓକିଲାତି ହେଲେହେଁ ନିଶାରେ ସେ ଜଣେ ନିଷ୍ଠାପର କଳାକାର ଥିଲେ । ସେ ଏକାଧାରରେ ଜଣେ ନାଟ୍ୟକାର, ଗୀତିକାର, ସାରସ୍ଵତ ସାଧକ, ନାଟ୍ୟ ନିର୍ଦ୍ଦେଶକ, ମଞ୍ଚ ଅଭିନେତା, ସାଂସ୍କୃତିକ ସଂଗଠକ, ପରୋପକାରୀ ନିଃସ୍ଵାର୍ଥପର ସମାଜସେବୀ ଥିଲେ । ସର୍ବାଦୌ ଗଜପତି ଜିଲ୍ଲାର ଜନୈକ ସଂସ୍କୃତି ପୁରୁଷ ଭାବରେ ସେ ବିଶେଷ ପରିଚିତ । ଉତ୍କଳ ହୀତୈଷିଣୀ ସମାଜର ଉପ-ସଭାପତି, ଉତ୍କଳ ସମ୍ମିଳନୀର ଗଜପତି ଜିଲ୍ଲା ସମ୍ପାଦକ ଏବଂ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘର ସଭାପତି ଭାବରେ ସଂପୃକ୍ତ ସଂସ୍ଥାଗୁଡ଼ିକର କାର୍ଯ୍ୟଧାରାରେ ସୁନ୍ଦର ପରିଯୋଜନା କରି ସେ ନିଜକୁ ଜଣେ ଦକ୍ଷ ସାଂସ୍କୃତିକ ସଂଗଠକ ରୂପେ ପରିଚିତ କରେଇ ପାରିଥିଲେ ବୋଲି ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ, ମଞ୍ଚଜ୍ୟୋତି: ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ଏବଂ ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ମହାସଂଘ ସଭାପତି ନାଟ୍ୟ ଗୌରବ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ମୋବାଇଲ କନ୍ଫରେନ୍ସିଙ୍ଗ୍ ଯୋଗେ ଅନୁଷ୍ଠିତ ଶୋକସଭାରେ ପ୍ରକାଶ ପାଇଛି ।
ମହାସଂଘର ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଦୂରଭାଷ ଗୋଷ୍ଠୀ ସଂଯୋଗୀକରଣ ସମ୍ପାଦନ ସହ ସ୍ଵାଗତ ଭାଷଣ କ୍ରମରେ ସ୍ବର୍ଗତ ବଟକୃଷ୍ଣ ପାତ୍ରଙ୍କ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଉଲ୍ଲେଖ କରିବା ପରେ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା, ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ରାଜ୍ୟ ସମ୍ପାଦକ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ଫୁଲବାଣୀରୁ ଜିଲ୍ଲା କଳାକାର ସଂଘ ସଭାପତି ଅକ୍ଷୟ କୁମାର କର୍ଣ୍ଣ, ବାଲିଗୁଡ଼ା ଉପଖଣ୍ଡ କଳାକାର ସଂଘ ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ବାଲେଶ୍ଵର ଖଇରା କଳାକାର ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ବରିଷ୍ଠ କଳାକାର ଜୟକୃଷ୍ଣ ପଟ୍ଟନାୟକ, ସଂଗୀତାଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ସାମଲ, ପ୍ରଜ୍ଞାଦୀପ୍ତ ସଙ୍ଗୀତଜ୍ଞ ସୀମାଞ୍ଚଳ ଦାସ, ଯନ୍ତ୍ର ସଙ୍ଗୀତବିତ୍ ଭଗବାନ ସାମଲ, ନୀଳମାଧବ ଜେନା, କୁନୁ ବେହେରା ପ୍ରମୁଖ ବହୁ କଳାକାର ସଞ୍ଜୋଗୀକରଣରେ ସାମିଲ୍ ହୋଇ ସ୍ବର୍ଗତ ଆତ୍ମା ପ୍ରତି ନିଜ ନିଜର ବାକ୍ ଶ୍ରଦ୍ଧାସୁମନ ଅର୍ପଣ ସହ ସମ୍ମାନ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here