ବ୍ରହ୍ମପୁର,୦୬/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲା ଜରଡ଼ା ମାଉସୀ ମା ମନ୍ଦିର ପରିସରରୁ ଉଦ୍ଧାର ହେଲା ୧୦ ଫୁଟର ଅହିରାଜ। ସକାଳେ ମନ୍ଦିର ପୂଜକ ମନ୍ଦିର ପରିସରକୁ ଯାଇଥିବାବେଳେ ବିରାଟ କାୟ ସାପକୁ ଦେଖିଥିଲେ। ଏହାପରେ ସେ ବନ ବିଭାଗ କୁ ଖବର କରିଥିଲେ, ସାମନ୍ତିଆପଲ୍ଲୀ ବନ ବିଭାଗ ରେଞ୍ଜର ରଜତ ମିଶ୍ର କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚିଥିଲେ। ଅହିରାଜ ସାପଟିକୁ ଦେଖି ଵ୍ରହ୍ମପୁର ସର୍ପ ଉଦ୍ଧାରକ ମାନଙ୍କୁ ଖବର ଦେଇଥିଲେ। ବ୍ରହ୍ମପୁରର ଶ୍ରୀକାନ୍ତ ନାହାକ, ସ୍ୱାଧୀନ ସାହୁ, ତାରା ପ୍ରସାଦ ଦାସ ଓ ସୁଶାନ୍ତ ମହାଙ୍କୁଡ଼ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୧୦ ଫୁଟ ରହିଥିବା ବେଳେ ଏହା ଏକ ଗୋଧି କୁ ଖାଇ ଦୀର୍ଘ ସମୟ ହେଲା ମନ୍ଦିର ପରିସରରେ ବୁଲୁଥିଲା। ସମନ୍ତିଆପଲ୍ଲୀ ରେଞ୍ଜର ରଜତ ମିଶ୍ରଙ୍କ ସହ ଫରେଷ୍ଟର ଅଭିନାଶ ଚୌଧୁରୀ, ଜିତେନ୍ଦ୍ର ଦାସ ଏବଂ ଅନ୍ୟ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି।