ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ହିଞ୍ଜିଳି ପରିଦର୍ଶନ ଓ ସମୀକ୍ଷା

0
128

 

ହିଞ୍ଜିଳିକାଟୁ,୦୯/୦୭/୨୦୨୦:-ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମଣ ଅଣାୟତ ପରିସ୍ଥିତି ପ୍ରତି ବିଶେଷ ଦୃଷ୍ଟି ଦେଇ ରାଜ୍ୟ ସରକାର ଜିଲ୍ଲା କୁ ୨ ଜଣ ଆଇଏଏସ ,୬ ଜନ ଓଏଏସ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଛତ୍ରପୁର ଉପଖଣ୍ଡ ପାଇଁ ନିୟୋଜିତ ଥିବା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ ଗୁରୁବାର ହିଞ୍ଜିଳି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବା ସହ ବ୍ଳକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ଥିଲେ।ପରେ ସେ ନିୟନ୍ତ୍ରିତ ବଜାର ପରିସରରେ ଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟ ସେବା,ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।ସେଠାରୁ ସେ ପୋୖରାଞ୍ଚକ ସ୍ଥିତ ନେତାଜୀ କଲ୍ୟାଣ ମଣ୍ଡପରେ ପ୍ରସ୍ତୁତ ଥିବା କୋଭିଡ କେୟାର ହୋମ, ସ୍ୱାସ୍ଥ୍ୟ ଟିମଙ୍କ ଦ୍ୱାରା ଚାଲିଥିବା ଥର୍ମାଲ ସ୍କ୍ରିନିଙ୍ଗ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ।ସେଠାରୁ ଶାସନ ଆମ୍ବ ଗାଁ ଓ ଦାରୁଭଦ୍ରା ପଞ୍ଚାୟତରେ ପହଞ୍ଚି କୋଭିଡ କେୟାର ହୋମ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ।ପରେ ଦୁର୍ବନ୍ଧ ପଞ୍ଚାୟତର କୋଭିଡ କେୟାର ହୋମ ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ୨୦ ଜଣ କରୋନା ଚିହ୍ନଟଙ୍କ ସ୍ୱାବ ନମୁନା ସଂଗ୍ରହ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ସିଡିପିଓ ଶୁଭଶ୍ରୀ ପାତ୍ର, ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ପ୍ରତିଭା ପାତ୍ର, ଡଃ ମାଧବ କୁମାର ସାହୁ, ଡଃ ଦୁର୍ଗା ପ୍ରସାଦ ପଣ୍ଡା,ବିପିଏମ ଶଶାଙ୍କ ପଣ୍ଡା,ବିଇଓ ବସନ୍ତ କୁମାର ପଣ୍ଡା ଓ ପିଇଓ ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ- ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here