ବ୍ରହ୍ମପୁର, ୧୨/୦୭/୨୦୨୦:
କରୋନା ଭୁତାଣୁ ସଂକ୍ରମଣ ଜନିତ କ୍ରମବର୍ଦ୍ଧିଷ୍ଣୁ ପଜିଟିଭି ହାରକୁ ଭିତ୍ତିକରି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଅଛି ।ସଂକ୍ରମିତଙ୍କୁ ଆବଶ୍ୟକୀୟ ଚିକିତ୍ସା ନିମିତ୍ତ ଦରକାର ପଡୁଥିବା ଶଯ୍ୟା ସଂଖ୍ୟା ଓ ଚିକିତ୍ସା ସମ୍ୱନ୍ଧୀୟ ଭିତ୍ତିଭୂମିର ଅଭାବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।ସଂକ୍ରମଣ ପ୍ରବଣ ସାନଖେମୁଣ୍ଡି ବ୍ଲକ ଅଧିନ ଛଣମେରୀ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ବ୍ୟବସ୍ତା ସହ କରୋନା ସଂକ୍ରମିତଙ୍କୁ ଚିକିତ୍ସାର ସୁ ବନ୍ଦୋବସ୍ତ କରାଯାଇଛି ।ଏହି କେୟାର ସେଣ୍ଟର ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ଷମ ହେଉଥିବା ପ୍ରରିପେକ୍ଷିରେ ଆଜି ଗଂଜାମ ଜିଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ,ବ୍ରହ୍ମପୁର ଉପଜିଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ମିଳିତ ଭାବେ ସାନଖେମୁଣ୍ଡି ଗସ୍ତକରି ଛଣମେରୀ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ହେବାକୁ ଥିବା କୋଭିଡ଼ କେୟାର ସେଣ୍ଟରର କାର୍ଯ୍ୟ ଅଗ୍ରଗତିର ଅନୁଧ୍ୟାନ କରିବା ସହିତ ଆବଶ୍ୟକୀୟ ଭିତ୍ତିଭୂମିର ବିକଳ୍ପକୁ ନେଇ ସମୀକ୍ଷା କରିଛନ୍ତି ।ସ୍ଥାନୀୟ ବିଡ଼ିଓ କେୟାର ସେଣ୍ଟର ପ୍ରଶାସକ ଥିବାଦୃଷ୍ଟିରୁ ଆନୁସଙ୍ଗିକ ବ୍ୟବସ୍ତା ନେଇ ଆଲୋଚନା କରିଛନ୍ତି ।ଅଦପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା ବାହନ ଦାସଙ୍କ ସହ ଆଲୋଚନା କରି ପ୍ରକ୍ରିୟାର ବ୍ୟବସ୍ତିକରଣ ନେଇ ସମୀକ୍ଷା କରିଛନ୍ତି ।ପ୍ରସ୍ତାବିତ କୋଭିଡ଼ କେୟାର ସେଣ୍ଟର ପାଇଁ ନିରବଛିନ୍ନ ବିଦ୍ୟୁତ ସେବା ,ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ତା ,ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ଯୋଗାଣ ସହିତ ସ୍ୱାସ୍ଥ୍ୟକର ପରିବେଶରେ ଉତ୍ତମ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱାରୋପ କରିଥିଲେ ।
ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ ।