ସ୍ୱାଵ ସେମ୍ପୁଲ୍ ଦେଇ ନାରାୟଣପୁର ଗ୍ରାମ ଘରକୁ ଫେରୁଥିବା ବେଳେ ବାଟରେ ମୃତ୍ୟୁ

0
628

ପାରଳଖେମୁଣ୍ଡି,୧୨/୦୭/୨୦୨୦(ପ୍ରଭାତ କୁମାର ପାତ୍ର)-ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମର ଜଣେ ରୋଗୀ କୋଭିଡ଼ ଟେଷ୍ଟ ପାଇଁ ମେଡ଼ିକାଲ ଯାଇ ସ୍ୱାବ୍ ସେମ୍ପୁଲ୍ ଦେଇ ଘରକୁ ଫେରିବା ବେଳକୁ ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ଜଣା ପଡ଼ିଛି ଯେ, ନାରାୟଣପୁର ଗ୍ରାମର ଯୋଗେସ୍ୱର ବେବର୍ତା (୫୦) ପ୍ରାୟ ଦଶ ଦିନ ହେବ ଅଜଣା ଜ୍ବରରେ ପଡ଼ିଥିଲେ। ତାଙ୍କ ଘରକୁ ଯାଇ ସ୍ବାସ୍ଥ୍ୟ ଟିମ ମ୍ୟାଲେରିଆ ପରୀକ୍ଷା କରିଥିଲେ କିନ୍ତୁ ତାହା ନେଗେଟିଭ ବାହାରି ଥିଲା ବୋଲି ଜଣା ପଡ଼ିଛି। ଏହାପରେ ୯ ତାରିଖ ଦିନ ନାରାୟଣପୁର କୁ କୋଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପରେ ୧୦ ତାରିଖ ଦିନ ଡାକ୍ତରୀ ଦଳ ତରଫରୁ ଘରକୁ ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ ଓ ତାଙ୍କର କରୋନା ଲକ୍ଷଣ ସନ୍ଦେହ ହେବାରୁ ତାଙ୍କର ସ୍ୱାବ୍ ପରୀକ୍ଷା ପାଇ ଜିଲା ପ୍ରଶାସନ କୁ ସୁପାରିଶ କରିଥିଲେ। ଏଥିସହ ସେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଯାଇଥିବାରୁ ସେଠାରେ ମଧ୍ୟ ଡାକ୍ତର କରୋନା ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ। ରବିବାର ସେ କୋଭିଡ଼ ମେଡ଼ିକାଲ ଯାଇ ପରୀକ୍ଷା ନିମନ୍ତେ ସ୍ୱାବ୍ ସେମ୍ପୁଲ୍ ଦେଇ ଘରକୁ ଫେରିବା ବେଳକୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶବକୁ ଘରକୁ ଆଣି ସାମାଜିକ ଦୂରତା ବଜାୟ ରଖି ଅଳ୍ପ ଲୋକଙ୍କ ଉପସ୍ଥିତ ରେ ଶବସତ୍କାର କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here