ଆର୍ଥିକ ଅନାଟନ ଯୋଗୁଁ ଚିକିତ୍ସା କରିନପାରି ଆତ୍ମହତ୍ୟା କଲେ ମେଧାବୀ ଛାତ୍ର

0
133

 

ଗଞ୍ଜାମ,୧୪/୦୭/୨୦୨୦ (ଟୁକୁନା ପ୍ରଧାନ) ଆର୍ଥିକ ଅନାଟନ ଯୋଗୁଁ ଚିକିତ୍ସା କରିନପାରି ଜଣେ ମେଧାବୀ ଛାତ୍ର ଟ୍ରେନ ରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିବା ଘଟଣା ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ହେଲେ ଡି.ମୋହନ ରେଡି । ତାଙ୍କ ଘର ଗଞ୍ଜାମ ବ୍ଳକ ଅନ୍ତର୍ଗତ ନନ୍ଦନା ପଲ୍ଲୀ ବୋଲି ଜଣାପଡିଛି ।ଗଞ୍ଜାମ ବ୍ଳକ ଅନ୍ତର୍ଗତ ଯୁଡିଏସ ପୁର ପଞ୍ଚାୟତ ର ନନ୍ଦନାପଲ୍ଲୀ ଗ୍ରାମର ଡି. ସନ୍ନ୍ୟାସି ରେଡିଙ୍କ ପୁଅ ଡି.ମୋହନ ରେଡିଜଣେ ମେଧାବୀ ଛାତ୍ର । ସେ ଜନ୍ମରୁ ଅପସ୍ମାର ରୋଗରେ ପୀଡିତ ଅଟନ୍ତି ।ତାଙ୍କ ବାପାଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ବଡ ଭାଇ ଗତ ଅପ୍ରେଲ ମାସରେ ଆତ୍ମହତ୍ୟା କରିଥିଲେ । ଏହି ସମୟ ଆର୍ଥିକ ଅନାଟନରେ ଗତିକରୁଥିଲା ତାଙ୍କ ପରିବାର । ମୋହନଙ୍କ ପାଇଁ ଔଷଧ କିଣି ଖାଇବା କଷ୍ଟକର ବ୍ୟାପାର ହୋଇପଡିଥିଲା । ଯାହାଫଳରେ ସେ ରହୁଥିଲେ ମାନସିକ ଅବସାଦ ରେ ।ଶେଷରେ ମାନସିକ ଭାରସାମ୍ୟ ହରାଇ ଆଜି ଗଞ୍ଜାମ- ହୁମ୍ମା ମଧ୍ୟରେ ରେଳଲାଇନରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିବା ଦେଖାଯାଇଛି ।ଅନ୍ୟପଟେ ଜଣେ ବିଧବା ମାଆ କିପରି ବଞ୍ଚିବ ଓ କଣ ଖାଇବ ସେନେଇ ଉଠିଛି ପ୍ରଶ୍ନ ? ଗତ ତିନିମାସ ମଧ୍ୟରେ ଦୁଇ ଭାଇ ଆତ୍ମହତ୍ୟା କରିବା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଧବା ମାଆ ର ବଞ୍ଚିବା ପାଇଁ ପ୍ରଶାସନ ପଦେକ୍ଷପ ନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here