ଗଞ୍ଜାମ ଜିଲ୍ଲା ରେ ଅଗଷ୍ଟ ପହିଲାରୁ ପୁଣି ଅଙ୍ଗନବାଡିକର୍ମୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ

0
160

ଶେରଗଡ,୧୪/୦୭/୨୦୨୦(ହୃଷୀକେଶ ମହାନ୍ତି) ରାଜ୍ୟ ସରକାର ଅଙ୍ଗନବାଡିକର୍ମୀମାନ ଙ୍କୁ କୋଭିଟ ଯୋଦ୍ଧା ର ମାନ୍ୟତା ଦେଉଥିବା ବେଳେ ଗତ ଏପ୍ରିଲ ମାସ ଠାରୁ ଡି ଏସ ଡବଲ୍ଯୂ ଓ,ଅଣ୍ଡା କମିଶନ କାରବାର କୁ ନେଇ ଆକ୍ରୋଶ ମୂଳକ ମନୋଭାବ ନେଇ ମାନସିକ ଓ ଆର୍ଥିକ ସ୍ତରରେ ନିର୍ଯ୍ଯାସିତ କରି ହଇରାଣ ହଟହଟା କରି ଆସୁଥିବା ଅଭିଯୋଗ ହେଉଛି ।ଏଥିରେ ଛତ୍ରପୁର ର ଜନୈକ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଡି ଏସ ଡବଲ୍ଯୂ ଓ ଙ୍କ ସହଯୋଗ କରୁଥିବା ଜଣାପଡିଛି ।ଫଳରେ ଡିଏସଡବଲ୍ଯୂଓ ଗତ ଏପ୍ରିଲମାସ ଠାରୂ ଜୁଲାଇ ମାସ ଚାରିମାସର ଅତିରିକ୍ତ ପରିପୂରକ ଖାଦ୍ଯ ତଥା ଏସ୍ ଏନ ପି ର ବିଲ୍ ବାବଦ ଟଙ୍କା ଦେଇନାହାନ୍ତି।ଏପରି ସ୍ଥିତିରେ ଆଉ କେତେ ଦିନ ଅଙ୍ଗନବାଡିକର୍ମୀ ମାନେ ୨୦/୨୫ହଜାର ଟଙ୍କା ଧାରକରଜ କରି ଗର୍ଭବତୀ, ପ୍ରସୂତୀ ମହିଳା ଶିଶୁ ମାନଙ୍କୁ ନିଜ ହାତରୁ ଶୁଖିଲା ଓ ରନ୍ଧା ଖାଦ୍ୟ କିଣି ବଣ୍ଟନ କରିବେ? ଏହି କାରଣରୁ ଆସନ୍ତା ଅଗଷ୍ଟ ପହିଲାରୁ ଅଙ୍ଗନବାଡିକର୍ମୀ ମାନେ ଗଞ୍ଜାମ ଜିଲ୍ଲା ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି ।ଫଳରେ ଅଙ୍ଗନବାଡି କାର୍ଯ୍ଯ ଓ କରୋନା କାର୍ଯ୍ଯକ୍ରମ ପରିଚାଳନା ରେ ବ୍ଯାଘତ ସୃଷ୍ଟି ହେବ। । ଆସନ୍ତା ୩୧ତାରିଖ ମଧ୍ୟରେ ଚାରି ମାସ ର ଏସ ଏନ ପି ବିଲ୍ ବାବଦ ଅର୍ଥ ନ ପାଇଲେ ଅଗଷ୍ଟ ପହିଲାରୁ ଅଙ୍ଗନବାଡିକର୍ମୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଅଲ୍ଓଡିଶା ଅଙ୍ଗନବାଡି ଓ ଲେଡିଜ ୱାରର୍କସ ଏସୋସିଏସନ ପକ୍ଷରୁ, ଶେରଗଡ ସିଡିପିଓ, ତହସିଲଦାର, ବିଡିଓ, ଭଂଜନଗର ଉପଜିଲାପାଳ,ଓ ଗଞ୍ଜାମ ଜିଲାପାଳ ଙ୍କୁ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରଂଜିତା ରଥ ଓ ସଂପାଦିକା ଭାରତୀ ଆଚାରୀ ମଧ୍ଯ ଏ ସଂପର୍କରେ ଦାବି ପତ୍ର ଦେଇଆସିଛନ୍ତି।ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହି ଅପ୍ରୀତିକର ପରିସ୍ଥିତି କୁ ଏଡାଇଦେବା ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।ତୁରନ୍ତ ଗଞ୍ଜାମ ଡି ଏସ ଡବଲ୍ଯୂ ଓ ଙ୍କ ଦ ବଦଳି ଦାବି ମଧ୍ଯ କରାଯାଉଛି ।

LEAVE A REPLY

Please enter your comment!
Please enter your name here