ନେହେରୁ ଯୁବ କେନ୍ଦ୍ର ସଂଗଠନ ବ୍ରହ୍ମପୁର ତରଫରୁ ବୃକ୍ଷ ରୋପଣ

0
205

 

ବ୍ରହ୍ମପୁର,୧୫/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ବର୍ତ୍ତମାନ ସମୟରେ ସାରା ଭାରତ ବର୍ଷରେ ତଥା ଓଡ଼ିଶା ରାଜ୍ୟରେ ଦିନକୁ ଦିନ ଲୋକମାନେ ଗଛ କାଟିବାରେ ଲାଗିଛନ୍ତି। ଯାହା ଫଳରେ ପରିବେଶ ସନ୍ତୁଳନ ବିଗିଡ଼ି ବାରେ ଲାଗିଛି।ଏହା ଆଗାମୀ ଯୁବ ପିଢୀ ଙ୍କ ପାଇଁ ବହୁ ସମସ୍ୟା ଦେଖା ଦେଇ ପାରେ ବୋଲି ଏହାକୁ ଦୃଷ୍ଟିରେ ରଖି ସରକାର ରାସ୍ତା ଘାଟ ରେ ବୃକ୍ଷ ରୋପଣ କରୁଛନ୍ତି।କେବଳ ସରକାର ହିଁ ଚାହିଁଲେ ଆମ ପରିବେଶକୁ ସବୁ ଜୀମାରେ ଗଢି ତୋଳି ପାରିବେ ନାହିଁ।ଆମର ମଧ୍ୟ କିଛି କର୍ତ୍ତବ୍ୟ ଅଛି। ତେଣୁ ନେହେରୁ ଯୁବ କେନ୍ଦ୍ର ସଂଗଠନ ବ୍ରହ୍ମପୁର ତରଫରୁ ରାଳବ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ମାସ୍କ ପରିଧାନ ଏବଂ ସାମାଜିକ ଦୂରତାକୁ ରକ୍ଷା କରି ବୃକ୍ଷ ରୋପଣ କରିଛନ୍ତି।ସେମାନେ କହିଛନ୍ତି ପରିବେଶ ସୁରକ୍ଷା ଆମ ହାତରେ।ଗୋଟିଏ ବୃକ୍ଷ ଗୋଟିଏ ଜୀବନ। ଏଥି ସହିତ ସମସ୍ତ ଜନସାଧରଣଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ଲଗେଇବା ପାଇଁ ଯୁବକ ଗୋଷ୍ଟି ଅନୁରୋଧ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ରାଳବ ଗ୍ରାମର ସମାଜ ସେବି ନୀଳ ଭଉଳ, ପପୁନୁ ପରିଡ଼ା,ଭୀମସେନ ପରିଡ଼ା,ଦୀପକ କୁମାର ପରିଡ଼ା,ମିଟୁ ପ୍ରଧାନ,ଟଙ୍କଧର ପ୍ରଧାନ , ଶୁଭ ସୁନ୍ଦର ଦଳାଇ ଏବଂ କାହ୍ନା ଖୁଣ୍ଟିଆ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ୍ – ବିକାଶ କୁମାର ମହାପାତ୍ର

LEAVE A REPLY

Please enter your comment!
Please enter your name here