ରାଜ୍ୟରେ ଆଜିଠାରୁ ପ୍ଲାଜମାଥେରାପି ଆରମ୍ଭ

0
147

 

ଭୂବନେଶ୍ୱର, ୧୫/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଭୁବନେଶ୍ୱର ରାଜ୍ୟରେ ଆଜିଠାରୁ ପ୍ଲାଜମା ଥେରାପି ଆରମ୍ଭ ହେବ l ପ୍ରଥମେ ଏହା ତିନୋଟି ହସ୍ପିଟାଲରେ ଆରମ୍ଭ ହବ l ଭୁବନେଶ୍ୱରରେ ସମ କୋଭିଡି, କୀମସ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ବ ହେବ l ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ଉଚ୍ଚ ସ୍ତରୀୟ ବୈଠକରେ କୋଭିଡି ମୁକାବୁଲା ସମ୍ପର୍କରେ ସମୀକ୍ଷା କରିଛନ୍ତି l ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡି ରୋଗୀଙ୍କ ସୁବିଧା, ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି l ଏଥି ସହିତ 5ଟି ଫୋକସ ଜିଲ୍ଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼, ଏବଂ ଖୋର୍ଦ୍ଧାରେ ତଦାରଖ ଵେବସ୍ଥାକୁ ଆହୁରି ସୁଦୁଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି l ସେହିପରି କୋଭିଡି ଯୋଦ୍ଧାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପଯ୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି l ଏହି ଅବସରରେ ପରୀକ୍ଷା ପାଇଁ ଅଧିକ ଲାବ୍ରୋଟୋରି ଟେକନିସିଆନ ଓ ଆମ୍ବୁଲାନ୍ସ ମୂତୟନ ଉପରେ ଗୁରୁତ୍ୱ ଦେଇଛନ୍ତି l ସେହିପରି ମୁତ୍ଯୁ ବରଣ କରୁଥିବା କୋଭିଡି ରୋଗୀଙ୍କ ମୁତ୍ଯୁ ଦେହକୁ ମର୍ଯ୍ୟାଦା ପୁର୍ଣ ଭାବେ ସତ୍କାର କରିବା ପାଇଁ ପରାମର୍ଶ ଦେଇଛନ୍ତି l ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ଉପରେ ଅଧିକ ଫୋକସ ରଖିବାପାଇଁ ପଦକ୍ଷେପ ନିଆଯାଇଛି l ଆସନ୍ତା ୧ସପ୍ତାହ ଭିତରେ ରାଜ୍ୟରେ କୋଭିଡି ପରୀକ୍ଷଣ ୯ ହଜାରକୁ ବୁଦ୍ଧି କରାଯିବ l କଟକ, ଭୁବନେଶ୍ୱର ଓ ଗଞ୍ଜାମ କୋଭିଡି ବେଡ଼ ସଂଖ୍ୟା ବୁଦ୍ଧି କରାଯିବ l

LEAVE A REPLY

Please enter your comment!
Please enter your name here