ପାରଳାଖେମୁଣ୍ଡି,୧୯/୦୭/୨୦୨୦:ଗଜପତି ଜିଲ୍ଲାରେ ଆଜି ପୁଣି ଆଉ ୩୯ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୯୯ ରେ ପହଞ୍ଚିଲା, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୩ ଜଣ ହେଉଛନ୍ତି କୋରନା ଯୋଦ୍ଧା, ଗୋଷାଣି ବ୍ଳକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ପଞ୍ଚାୟତର ସାରା ଗ୍ରାମରୁ ଦୁଇ ଜଣ, ଗୋଷାଣି ବ୍ଳକ ଅନ୍ତର୍ଗତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜଣେ ଏବଂ ଖରଶଣ୍ଡା ଗ୍ରାମର ୩ ଜଣ, ସେହିଭଳି ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡରୁ ଜଣେ ଉଦୟଗିରି ଗ୍ରାମରୁ ୫ , ନୁଆଁଗଡ ବ୍ଳକ ଅନ୍ତର୍ଗତ ଖଜୁରିପଦାରୁ ଦୁଇ ଜଣ, ମୋହନା ବ୍ଲକ ଅନ୍ତର୍ଗତ ଅଡବା ପଞ୍ଚାୟତର ପାଡାଗାଁରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଙ୍କ୍ରମିତଙ୍କ ସଂଖ୍ୟା ଯେତିକି ଚିନ୍ତା ଜନକ ତାଠାରୁ ଅଧିକ ଚିନ୍ତାର କାରଣ ହେଉଛି ଅଧିକ ସଂଖ୍ୟକ କୋରନା ଯୋଦ୍ଧା ସଙ୍କ୍ରମିତ ହେବା ଯାହାକି କୋରନା ମୁକାବିଲା କ୍ଷେତ୍ରରେ ବାଧା ସୃଷ୍ଟି କରିବା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ପରେ ଅନେକ କ୍ଷେତ୍ରରେ ସେବା ଯୋଗାଇବା ବାଧାପ୍ରାପ୍ତ ହେଉଛି। ଅନ୍ୟ ପକ୍ଷରେ ଗୋଷ୍ଠୀ ସଙ୍କ୍ରମଣକୁ ଏଡାଇବା ନିମନ୍ତେ ପ୍ରଶାସନ ଦୁଇଦିନିଆ ସଟଡାଉନର ଆଜି ଦ୍ବିତୀୟ ଦିନ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପାରଳାଖେମୁଣ୍ଡି ମୁନିସିପାଲିଟି ଓ କାଶୀନଗର ଏନ୍ଏସି ସମେତ ସମସ୍ତ ବ୍ଳକ ମୁଖ୍ୟାଳୟ ଏଵଂ ବିଭିନ୍ନ ବ୍ଳକ ଯଥା ଗୋଷାଣି ବ୍ଳକର କେରାଣ୍ଡି ଓ କତଲକଇଠା ପଞ୍ଚାୟତ, କାଶୀନଗର ବ୍ଲକର ରାଣିପେଣ୍ଠ ଓ ହାଡୁଭଙ୍ଗି ପଞ୍ଚାୟତ, ଗୁମ୍ମା ବ୍ଳକର ଆଶ୍ରୟଗଡ ଓ ଝାମି ପଞ୍ଚାୟତ, ରାୟଗଡ ବ୍ଳକର ନାରାୟଣପୁର ଓ କୟଡାସିଂ ପଞ୍ଚାୟତ, ନୁଆଁଗଡ ବ୍ଳକର ଝାଲରସିଂ ପଞ୍ଚାୟତ, ରା ଉଦୟଗିରି ବ୍ଳକର ଶବରପଲ୍ଲୀ ପଞ୍ଚାୟତ ଏବଂ ମୋହନା ବ୍ଲକର ପିଣ୍ଡିକି ପଞ୍ଚାୟତକୁ ଲକଡାଉନ ଡାଉନ ଘୋଷଣା କରିଛି ପ୍ରଶାସନ। ଏନେଇ ଜିଲ୍ଲାପାଳ ଏକ ବିଜ୍ଞପ୍ତି ମାଧ୍ୟମରେ ସୁଚନା ଦେଇଛନ୍ତି। ଏହି ଲକଡାଉନ ସମୟରେ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିବ। ଅନ୍ୟ ସମସ୍ତ ସେବା ଉପରେ କଟକଣା ଜାରି କରାଯାଇଛି।
ରିପୋର୍ଟ:ପ୍ରଭାତ କୁମାର ପାତ୍ର