କୋଦଳା ଅଗ୍ନିଶମ ବିଭାଗ ଦ୍ଵାରା ସାନିଟାଇଜ ହେଲା ଅଙ୍ଗାରଗାଁ ପଞ୍ଚାୟତ

0
143

ଗଞ୍ଜାମ,୧୯/୦୭/୨୦୨୦( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଅଙ୍ଗାରଗାଁ , ନୂଆଗଡ଼ ଗ୍ରାମ ରେଡ୍ ଜୋନ୍ ତାଲିକା ରେ ଥିବା ବେଳେ । ଆଜି ଅଙ୍ଗାରଗାଁ ପଞ୍ଚାୟତ କୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି ।କୋଦଳା ଅଗ୍ନିଶମ ଅଧିକାରୀ ସୂରଜୟ କୁମାର ହେମ୍ବ୍ରମ ଙ୍କ ନେତୃତ୍ଵରେ ଅଗ୍ନିଶମ ବିଭାଗର କର୍ମକର୍ତ୍ତା ମାନେ ପଞ୍ଚାୟତ ସାରା ସାନିଟାଇଜ ସ୍ପ୍ରେ କରିଛନ୍ତି । ଏଥିସହିତ କରୋନା ମହାମାରୀ ରୁ ରକ୍ଷା ପାଇବାକୁ ହେଲେ ସମାଜିକ ଦୂରତା କୁ ମାନିବା, ମାସ୍କ ପିନ୍ଧିବା, ଘରେ ରହିବା ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ ହେମ୍ବ୍ରମ ବାର୍ତ୍ତା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here