ବ୍ରହ୍ମପୁର, ୨୩/୦୭/୨୦୨୦:
ସାନଖେମୁଣ୍ଡି ବ୍ଲକ ଜିୟୂରା ପଞ୍ଚାୟତର ବିଶିଷ୍ଟ ବୁଦ୍ଧିଜୀବି ତଥା ଗ୍ରାମସ୍ଥିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ପୂଜକ ଶ୍ରୀ ଶ୍ୟାମସୁନ୍ଦର ପାତ୍ର ଗତ ଶନିବାର ରାତ୍ରି ସାଢ଼େ ସାତ ଘଣ୍ଟା ସମୟାୟରେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ୮୭ ବୟସ୍କ ଥିବା ସ୍ବର୍ଗତ ପାତ୍ର ନିଜ ଜୀବଦ୍ଦଶାରେ ନୈଷ୍ଠିକ ପରାକାଷ୍ଠା ,କଠୋର ଆଭିମୁଖ୍ୟ ଗ୍ରହଣ ସହିତ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।ଜିୟୁରା ସଦର ଗ୍ରାମରେ ଅଧିଷ୍ଠିତ ଶ୍ରୀ ରାଧାକୃଷ୍ଣ ମନ୍ଦିର କାର୍ଯ୍ୟ ସହିତ ପଞ୍ଚାୟତର ସାମଗ୍ରିକ ବିକାଶରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ।ଏକାଧାରରେ ଜଣେ କୀର୍ତ୍ତନ ମଣ୍ଡଳୀ ଗୁରୁ ,ପୁରାଣ ପ୍ରବଚକ ଭାବରେ ଖ୍ୟାତ ସ୍ବର୍ଗତ ପାତ୍ର ସମୟକ୍ରମେ ସାନଖେମୁଣ୍ଡି ବ୍ଲକ ରାଜନୀତିରେ ପୁଅ ଲକ୍ଷ୍ମୀ ଚରଣ ପାତ୍ରଙ୍କ ଦ୍ଵାରା ପଞ୍ଚାୟତ ବିକାଶକୁ ତ୍ବରାନ୍ବିତ କରିଥିଲେ । ଜିୟୁରା ପଞ୍ଚାୟତ ଭଳି ଛୋଟିଆ ପରିବା ଚାଷ ପ୍ରଧାନ ପଞ୍ଚାୟତରେ ପୁଅ ଲକ୍ଷ୍ମୀ ଚରଣ ସମିତି ଅଧ୍ୟକ୍ଷ ହେବା ତତ୍କାଳୀନ ସମୟର ଆଲୋଚ୍ୟ ବିଷୟ ଥିଲା ବେଳେ ସମ୍ପ୍ରତି ପୁତ୍ରବଧୂ ଶ୍ରୀମତୀ ଲିସାରାଣି ପାତ୍ର ସରପଞ୍ଚ ଥିବା ସ୍ବର୍ଗତ ପାତ୍ରଙ୍କ ଅଂଚଳରେ ଥିବା ଭାବମୂର୍ତ୍ତି କୁ ସ୍ପଷ୍ଟ କରିଅଛି ।
ପାଞ୍ଚ ପୁଅ ,ଦୁଇ ଝିଅ ନାତି ନାତୁଣୀ ନେଇ ନିଜ ପରିବାରର ସମସ୍ତେ କର୍ତ୍ତବ୍ୟ ରତ ଅଛନ୍ତି । କରୋନା ଜନିତ କଟକଣା ସମୟରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଇହଲୀଳା ସମ୍ବରଣ ସମୟ ଶଯ୍ୟାରେ ନିଜ ପରିବାର ଆତ୍ମୀୟ ସ୍ଵଜନଙ୍କ ଉପସ୍ଥିତ ଥିଲେ ।ମୃତ୍ୟୁ ଖବର ପ୍ରସାରିତ ପରେ ଅଂଚଳରେ ଶୋକର ଛାୟା ଖେଳିଥିବା ସହ ଅଞ୍ଚଳ ବୁଦ୍ଧିଜୀବୀ ଜିୟୁରା ଗ୍ରାମରେ ଶେଷ ଦର୍ଶନ କରିଥିଲେ । କରୋନା କଟକଣା ଜନିତ କାରଣରୁ ସାମାଜିକ ଦୂରତା ଓ ମାଷ୍କ ପରିଧାନ ପୂର୍ବକ ସ୍ବର୍ଗତ ପାତ୍ରଙ୍କ ଶବ ଶୋଭାଯାତ୍ରାରେ ଲୋକନାଥ ପାଣିଗ୍ରାହୀ,ଉମାଶଙ୍କର ପାଢ଼ୀ ,ଦୁର୍ଗାପ୍ରସାଦ ପାଢ଼ୀ , ମକୁନ୍ଦି ବରାଡ ,ରାମଚନ୍ଦ୍ର ପ୍ରଧାନ ,ଆଲୋକ ପ୍ରଧାନ ,ସମିତି ସଭ୍ୟ ରଘୁନାଥ ସାହୁ ,ପୂର୍ବତନ ସରପଂଚ ସୀମଞ୍ଚଳ ଗୌଡ ,ବାବୁ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ ।