ଗଞ୍ଜାମ,୦୪/୦୮/୨୦୨୯ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ରେ ଯେଉଁ ଭଳି ଭାବରେ କରୋନା ସଂଖ୍ୟା ବଢିବାରେ ଲାଗିଛି ସେହିପରି କବିସୂର୍ଯ୍ୟନଗର ବ୍ଲକ ଓ ଏ ନ୍ଏ ସି ରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ଵାଇଁ ଆସ୍କା ନିର୍ବାଚନ ମଣ୍ଡଳୀ ର କବିସୂର୍ଯ୍ୟନଗର ବ୍ଲକ ପରିସରରେ ଯାଉଥିବା ସମସ୍ତ ପଂଚାୟତ ରେ ସାନିଟାଇଜର ସିଞ୍ଚନ ସହ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।ଆଜି ପ୍ରଥମ ପର୍ଯ୍ୟାୟରେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ନନ୍ଦିଆଗଡା, ଗୋଳାମୁଣ୍ଡୁଳା, ଭାଟପଡା,ବରିଡା, ଆମ୍ବପୁଆ, ଏକାଦଶୀ ଆଦି ଗ୍ରାମରେ ସାନିଟାଇଜର ସିଞ୍ଚନ କରାଯିବା ସହ ଗ୍ରାମବାସୀ ମାନଙ୍କୁ ସରକାର ଙ୍କ ପ୍ରତ୍ୟେକ ନିୟମ କୁ ମାନି ଚଳିବା ପାଇଁ ଅନୁରୋଧ କରିଛନ୍ତି ।ଯାହା ଦ୍ୱାରା ଆମେ କରୋନା ସଂକ୍ରମିତ ଠାରୁ ଦୂରେଇ ରହିପାରିବା ଏବଂ ଯେଉଁ ମାନଙ୍କ ର ମଧୁମେହ, ଉଚ୍ଚରକ୍ତଚାପ,ହୃଦ ରୋଗ ରହିଛି ସେମାନେ ତୁରନ୍ତ ନିକଟସ୍ଥ କୋଭିଡ୍ ଟେଷ୍ଟ ସେଣ୍ଟର କୁ ଯାଇ ସ୍ୱାବ ପରୀକ୍ଷା କରେଇ ନେବା ଆବଶ୍ୟକ ବୋଲି ଗ୍ରାମବାସୀ ଙ୍କୁ ଜଣାଇଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମ ରେ ଜଣାଶୁଣା ଯୁବ ନେତା ନଚିକେତା ସ୍ଵାଇଁ,ବରଗା ସମିତି ସଭ୍ୟ ତଥା ଏହି ସମୟରେ କରୋନା ଯୋଦ୍ଧା ଭାବରେ ପରିଚିତ ଶିବ ନାହକ ଉପସ୍ଥିତ ରହି ଲୋକ ମାନଙ୍କୁ ସଚେତନତା କରାଇଥିଲେ।ଆଗାମୀ ଦିନରେ ଏହି ନିର୍ବାଚନମଣ୍ଡଳୀ ର ସମସ୍ତ ପଞ୍ଚାୟତ ରେ ସାନିଟାଇଜର ସିଞ୍ଚନ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଧାୟିକା ଙ୍କ ପୁଅ ନଚିକେତା ସ୍ଵାଇଁ କହିଛନ୍ତି ।