ମାଣିତରା ବ୍ୟବସାୟୀଙ୍କୁ ବିଡ଼ିଓ ଙ୍କ ପରାମର୍ଶ

0
142

 

ବୁଗୁଡା, ୦୬/୦୮/୨୦୨୦: ବୁଗୁଡା ବ୍ଲକ କୋଭିଡ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର ଅଗଷ୍ଟ ୬ ତାରିଖ ମାଣିତରା ପରିଦର୍ଶନରେ ଆସି କେତେକ ଦୋକାନ କୋଭିଡ ଆଇନ ଉଲଙ୍ଘନ କରୁଥିବା ଦେଖିଥିଲେ। ବିଡ଼ିଓ ଶ୍ରୀ ପାତ୍ର ମାଣିତରା ବଜାର ମଧ୍ୟରେ ଛିଡ଼ାହୋଇ ସମସ୍ତ ବ୍ୟବସାୟୀଙ୍କୁ ଡକାଇଥିଲେ। କୋଭିଡ ନୀୟମ ପ୍ରକାରେ ସମସ୍ତ ଦୋକାନ ଆଗରେ ବାରିକଡ଼ ରହିବ, ସାନିଟାଇଜ ବ୍ୟବସ୍ଥା ରହିବ ଓ ସାମାଜିକ ଦୂରତା ରକ୍ଷା ପାଇଁ ଦୋକାନ ଆଗରେ ମୁଣ୍ଡୁଳା ଚିହ୍ନ ରଖିବାକୁ ବାଧ୍ୟତାମୂଳକ ବୋଲି କହିଥିଲେ। ତତ୍ ସଙ୍ଗେ ସମସ୍ତ ବ୍ୟବସାୟୀ ମାସ୍କ ନିଶ୍ଚିତ ବ୍ୟବହାର କରିବା ସହ କିଣିବାକୁ ଆସିଥିବା ବ୍ୟକ୍ତି ମାସ୍କ ପିନ୍ଧି ନଥିଲେ ଜିନିଷ କ୍ରୟ କରିପାରିବ ନାହିଁ ବୋଲି ଦୋକାନ ଆଗରେ ଲେଖିବାକୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଯେଉଁ ବ୍ୟବସାୟୀ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବେ ଏକ ହଜାର ଟଙ୍କା ଜରିମାନା ଓ ପରେ ଦୋକାନ ସିଲ କରାଯିବ। ଏଥିସହ ସମସ୍ତ ବ୍ୟବସାୟୀ ମାଣିତରାରେ ଚାଲିଥିବା ଭ୍ରାମ୍ୟମାଣ କୋଭିଡ ପରୀକ୍ଷା କେନ୍ଦ୍ରକୁ ଯାଇ ନିଜର ଏଣ୍ଟିଜେନ ଟେଷ୍ଟ କରିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ବବୁଲ ନାୟକ, ପ୍ରେସ କ୍ଳବ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା, କୋଭିଡ ଜୋନାଲ ଅଫିସର ଭବାନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ବିଡ଼ିଓ ଶ୍ରୀ ପାତ୍ର ମାଣିତରା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଥିବା ଭ୍ରାମ୍ୟମାଣ କୋଭିଡ ଟେଷ୍ଟ କେନ୍ଦ୍ରକୁ ପରିଦର୍ଶନ କରି ଫେରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here